Odisha Weather: ପ୍ରବଳ ବର୍ଷା ଜାରି, ଏହି ସବୁ ଜିଲ୍ଲାକୁ ଅରେଞ୍ଜ୍ ଆଲର୍ଟ

ବିଜୁଳି ଘଡ଼ଘଡ଼ି ସହ ତୁହାକୁ ତୁହା ବର୍ଷା । ଭିଜୁଛି ପୁରା ଓଡ଼ିଶା । ରାଜ୍ୟ ତମାମ ବର୍ଷା ଲାଗି ରହିଛି । ତାପମାତ୍ରା ଏତେ ଖସିଛି ଯେ, ପରିବେଶ ପୂରା ଥଣ୍ଡା । ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଥିବା ବେଳେ ଦିନ ତମାମ ଏଭଳି ସ୍ଥିତି ଲାଗି ରହିପାରେ ।

ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା । କେଉଁଠି ଝିପିଝିପ୍ ତ ଆଉ କେଉଁଠି ମଧ୍ୟମ ଧରଣର ବର୍ଷା କିଛି କିଛି ସ୍ଥାନରେ ପ୍ରବଳ ବର୍ଷା। ଖୋର୍ଦ୍ଧା, ନୟାଗଡ଼, ପୁରୀ, ଜଗତସିଂହପୁର, କଟକ, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ବର୍ଷା ହୋଇଛି ।

କାଳବୈଶାଖୀ ତାଣ୍ଡବରେ ଝଡ଼ ତୋଫାନ ସହ କୁଆ ପଥର ମାଡ଼ ହୋଇଛି । ନୂଆପଡା ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ବ୍ୟାପକ କ୍ଷୟକ୍ଷତି ହୋଇଛି । କେଉଁଠି ରାସ୍ତା ପରେ ଗଛ ଓଲଟିଥିବା ବେଳେ, ଆଉ କେଉଁଠି ଘର ଛାତ ଉପରେ ଗଛ ପଡିଛି ।

Odisha weather

ଅନ୍ୟପଟେ ବୁଧବାର ଦିନ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼, ପୁରୀର ଗୋଟିଏ ଦୁଇଟି ସ୍ଥାନରେ ୭୦ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ।

ବର୍ଷା ପବନ ସାଙ୍ଗକୁ ଘଡ଼ଘଡ଼ି ମଧ୍ୟ ମାରିବ । ପାଣିପାଗ ବିଭାଗ ପକ୍ଷରୁ ଆଜି ୯ଟି ଜିଲ୍ଲାକୁ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡ଼ିକ ହେଲା କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର, ସୁବର୍ଣ୍ଣପୁର ଓ ବୌଦ୍ଧ । ଗତକାଲି କାଳବୈଶାଖୀ ପ୍ରଭାବରେ ରାଜଧାନୀ ସମେତ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା। ବର୍ଷା ସାଙ୍ଗକୁ ଢେଙ୍କାନାଳରେ ହୋଇଛି ଝଡ଼ ତୋଫାନ । ପାଣିପାଗ ବିଭାଗ କହିଛି, ଆହୁରି ଦୁଇ ଦିନ ଏଭଳି ପାଗ ରହିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+