Odisha Weather: କାଲି ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ୨୩ ସୁଦ୍ଧା ଲଘୁଚାପ

ଆସନ୍ତାକାଲି ଅର୍ଥାତ ୨୧ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ତତ୍‌ସଲଗ୍ନ ଅଞ୍ଚଳରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୩ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପର ରୂପ ନେବ । ଘୂର୍ଣ୍ଣିବଳୟଟି ଲଘୁଚାପର ରୂପ ନେବା ପରେ ପରବର୍ତ୍ତୀ ୨ ଦିନ ପର୍ଯ୍ୟନ୍ତ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ଏହାପରେ ଲଘୁଚାପଟି ବଙ୍ଗୋପସାଗରରେ ଅବପାତର ରୂପ ନେବ । ତେବେ ଦକ୍ଷିଣ ଭାରତରେ ଲଘୁଚାପର ବିଶେଷ ପ୍ରଭାବ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

କମୁଛି ତାପମାତ୍ରା:ଖସୁଛି ପାରଦ,ବଢ଼ୁଛି ଶୀତ । ସାରା ରାଜ୍ୟରେ ବର୍ତ୍ତମାନ ଜାରି ରହିଛି ଶୀତ ଲହରୀ । ତଳମୁହାଁ ରାତି ତାପମାତ୍ରା । ୫ ଡିଗ୍ରୀ ଯାଏ ବିଭିନ୍ନ ସ୍ଥାନରେ ହ୍ରାସ ପାଇଛି ବା ତଳମୁହାଁ ହୋଇଛି ତାପମାତ୍ରା । ତାପମାତ୍ରା ହ୍ରାସ ପାଇବା ଫଳରେ ଶୀତାର ପ୍ରକୋପ ବଢ଼ୁଥିବାରୁ ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ଶୀତ ଅନୁଭୂତ ହେଉଛି । ଆଗାମୀ ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନାହିଁ । ପାଗ ମୁଖ୍ୟତଃ ଶୁଖିଲା ରହିବ । ଗୋଟେ ଦୁଇଟି ସ୍ଥାନରେ ତାପମାତ୍ରା ବଢ଼ିପାରେ । ସେହିପରି ଅନେକ ଜିଲ୍ଲାରେ କୁହୁଡ଼ି ହେବ ।

Odisha Weather news

ଏହି ଜିଲ୍ଲାରେ ହେବ କୁହୁଡ଼ି:

ଗତ କିଛିଦିନ ଧରି ରାଜ୍ୟରେ ଅନେକ ଅଞ୍ଚଳରେ କୁହୁଡ଼ି ଦୃଶ୍ୟ ମାନ ହୋଇଥିବା ବେଳେ ଆଗକୁ ମଧ୍ୟ କୁହୁଡ଼ି ଲାଗି ରହିବ । ଆଗାମୀ ୨ ଦିନରେ ଓଡିଶାର ସୁନ୍ଦରଗଡ଼, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା ଗୁଡ଼ିକର ଗୋଟିଏରୁ ୨ଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେବାର ସମ୍ଭାବନା ଅଛି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେହପିର ଡିସେମ୍ବର ଓ ଜାନୁଆରୀ ମାସରେ ଶୀତ ପରିମାଣ ବଢିବାର ସମ୍ଭାବନା ରହିଛି ।

କେଉଁଠି କେତେ ତାପମାତ୍ରା:

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ରେକର୍ଡ଼ କରାଯାଇଛି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୧.୫ ଡିଗ୍ରୀ ରେକର୍ଡ଼ କରାଯାଇଛି । ପାହାଡିଆ ଅଞ୍ଚଳ ଜି. ଉଦୟଗିରିରେ ସର୍ବନିମ୍ନ ୬.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଅନ୍ୟପଟେ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୨୯.୭ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୧୬.୦ ଡିଗ୍ରୀ ରହିଥିବା ବେଳେ କଟକରେ ସର୍ବାଧିକ ତାପମାତ୍ରା ୨୮.୦ ଓ ସର୍ବନିମ୍ନ ୧୬.୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଦାରିଙ୍ଗିବାଡିରେ ୧୦.୫, ଝାରସୁଗୁଡାରେ ୧୧.୫, ରାଉରକେଲା ୧୧.୬, ଭବାନୀପାଟଣାରେ ଓ ଅନୁଗୋଳରେ ୧୨.୦ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+