ପାଣିପାଗ ଖବର: ସକ୍ରିୟ ଲଘୁଚାପ, ୨୪ ଘଣ୍ଟାରେ ଅତିପ୍ରବଳ ବର୍ଷା ସମ୍ଭାବନା

ସକ୍ରିୟ ରହିଛି ସୁଦୃଶ ଲଘୁଚାପ । ଏହାରି ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୬ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ଦେବଗଡ଼ ଓ ଅନୁଗୁଳ ଆଦି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

ସେହିପରି ୧୧ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ବଲାଙ୍ଗୀର, ବୌଦ୍ଧ, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ, ଯାଜପୁର, ବାଲେଶ୍ବର, ଭଦ୍ରକ, କଟକ ଓ କେନ୍ଦ୍ରାପଡ଼ା ।

ବରଗଡ଼, ସୋନପୁର, ବଲାଙ୍ଗୀର, ଅନୁଗୁଳ, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ବର ଓ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାଜନିତ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏଥିସହ ଉପକୂଳ ଓଡ଼ିଶା ସମେତ ରାଜ୍ୟର ଅବଶିଷ୍ଟ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା ୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ଆକଳନ କରାଯାଇଛି ।

RAIN

ଗତ ୩୬ ଘଣ୍ଟାରେ କଟକରେ ୬୩ ମିମି ବର୍ଷା ହେବା ସହ ପାରାଦୀପ ୪୭, ଚାନ୍ଦବାଲିରେ ୨୩, ତାଳଚେର ୨୨, ନୟାଗଡ଼ ୬୧, ଖୋର୍ଦ୍ଧା ୪୮ ଢେଙ୍କାନାଳ ୩୮ ଓ ଭଦ୍ରକରେ ୨୦ ମିମି ବର୍ଷା ରେକର୍ଡ କରାଯାଇଛି ।

ସାମାନ୍ୟ ବର୍ଷା, ପ୍ରବଳ ଆଦ୍ରତା ଏବଂ ଅଧିକ ହାରାହାରି ତାପମାତ୍ରା ସହ ଆସିଥିବା ମୌସୁମୀ ସେପ୍ଟେମ୍ବର ମାସ ସରୁ ସରୁ ଭାରତରୁ ବିଦାୟ ନେଇଛି । ତେବେ କିଛି ବର୍ଷ ମଧ୍ୟରେ ଏହି ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି ।

ମୌସୁମୀ କାରଣରୁ ଯେତିକି ବର୍ଷା ହେବା କଥା ତା ନ ହେବାରୁ ତାପମାତ୍ରା ମଧ୍ୟ ବୃଦ୍ଧି ପାଇଥିଲା । ଫଳରେ ଗତବର୍ଷ ତୁଳନାରେ ସମାନ ସମୟରେ ହାରାହାରି ତାପମାତ୍ରା ଅଧିକ ରହିଥିଲା ।

ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି ଏବଂ ଘଣ୍ଟାପ୍ରତି ୩୫ ରୁ ୪୫ କିମି ବେଗରେ ପବନ ବହିବ ବହିବ ବୋଲି ଆକଳନ କରାଯାଇଛି । ସମୁଦ୍ର ଅଶାନ୍ତ ରହିବା ସମ୍ଭାବନା ଥିବାରୁ କାଲିଯାଏ ମତ୍ସଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+