ଆଜିର ପାଣିପାଗ ଖବର : ଆସନ୍ତା ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର : ଆସନ୍ତା ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ । ଆଜି ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଅନୁଗୁଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ, କଟକ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ ବାଲେଶ୍ୱରର କିଛି ସ୍ଥାନରେ ଅଧିକ ବର୍ଷା ହେବାର ସମ୍ଭାବନା ଅଛି ।ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏହି ପୂର୍ବାନୁମାନ କରିଛି ।

ସେହିପରି ଆସନ୍ତାକାଲି ଅଗଷ୍ଟ ୨୫ ତାରିଖ ଶୁକ୍ରବାରରେ ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଓ ମୟୂରଭଞ୍ଜରେ ଅଧିକ ବର୍ଷା ସମ୍ଭାବନା ଅଛି । ୨୬ ତାରିଖ ଶନିବାର ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି ।

ତେବେ ଆସନ୍ତା ୩ ଦିନ ଯାଏଁ ଉତ୍ତର, ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପରିମାଣ ବଢିବ । ୭-୧୧ ସେଣ୍ଟିମିଟର ଯାଏଁ ବର୍ଷା ହେବ । ତେବେ ମୌସୁମୀ ଏବେ ଦୁର୍ବଳ ରହିଛି ।

ସେହିପରି ୨୭, ୨୮ ଓ ୨୯ ତାରିଖରେ ଠାଏ ଠାଏ କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପୂର୍ବାନୁମାନ କରିଛି ।

RAIN

ବୁଧବାର ହୀରାକୁଦରେ ସର୍ବାଧିକ ୪୩ମିମି ବର୍ଷା ହୋଇଛି । ସକାଳୁ ସନ୍ଧ୍ୟା ଭିତରେ ଛତ୍ରପୁରରେ ୩୬.୪, ଗୋପାଳପୁରରେ ୧୭.୨, ସୋନପୁରରେ ୧୪.୬, ଭୁବନେଶ୍ୱରରେ ୧୧.୧, ରାଉରକେଲାରେ ୯.୪, ଭବାନୀପାଟଣାରେ ୯.୨ମିମି ବର୍ଷା ହୋଇଛି ।।

ରାଜ୍ୟରେ ଅଗଷ୍ଟ ମାସରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି । ୧ ଅଗଷ୍ଟ ରୁ , ୨୦ ଅଗଷ୍ଟ ୨୦୨୩ ମଧ୍ୟରେ ରାଜ୍ୟରେ୨୫୩.୨ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୨୫୦.୮ ମିମି ତୁଳନାରେ ୧ ପ୍ରତିଶତ ଅଧିକ ରହିଛି, ଯାହାକି ସ୍ୱାଭାବିକ ପରିସର ଭୁକ୍ତ ।

ଅଧିକାଂଶ ଜିଲ୍ଲାକୁ ବର୍ଷା ନେଇ ପୂର୍ବାନୁମାନ । ୨୬ ଯାଏଁ ରାଜ୍ୟରେ ବର୍ଷା ହେବା ନେଇ ଆକଳନ କରାଯାଇଛି । ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ଆଲର୍ଟ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+