ପାଣିପାଗ ଖବର : ଆସୁଛି ଆଉ ଏକ ଲଘୁଚାପ, ପୁଣି ବଢ଼ିବ ବର୍ଷାର ପରିମାଣ
ଭୁବନେଶ୍ୱର : ପୁଣି କାଚିବ । ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୧୨ ତାରିଖରୁ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଆସନ୍ତା ୧୨ ତାରିଖ ବେଳକୁ ଉତ୍ତର-ପଶ୍ଚିମ ପାର୍ଶ୍ବବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।
ତେବେ ଏହାର ପ୍ରଭାବରେ ୧୨ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୋଲି ଆକଳନ ହୋଇଛି । ତେବେ ୧୨ରୁ ୧୫ ଯାଏଁ ଉପକୂଳ, ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ସେପ୍ଟେମ୍ବର ୧୩ ରୁ ୧୫ ମଧ୍ୟରେ ଉପକୂଳ, ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୬ରୁ ବର୍ଷା ପରିମାଣ କମିବ ।
ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ପୂର୍ବାନୁମାନ କରିଛି । ଶନିବାର ରାଜ୍ୟର କାଁ ଭାଁ ସ୍ଥାନରେ ବର୍ଷା ହୋଇଛି ।
ଗତ ୨୪ ଘଣ୍ଟାରେ ରାଜ୍ୟରେ ୩.୪ ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ୮.୪ ମିମି ତୁଳନାରେ ୬୦ ପ୍ରତିଶତ କମ୍ ବୋଲି ଜଣାପଡ଼ିଛି।

୯ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସ୍ଥିତି ରହିଛି । କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ରାୟଗଡ଼ା, କଳାହାଣ୍ଡି, ବଲାଙ୍ଗୀର ଓ ନବରଙ୍ଗପୁର ଜିଲ୍ଲାରେ ସ୍ଥିତି ନିଅଣ୍ଟିଆ ରହିଛି ।
ତେବେ ସେପ୍ଟେମ୍ବର ୧୬ରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ସେପ୍ଟେମ୍ବର ୧୮ ପରେ ରାଜ୍ୟରେ ପାଣିପାଗରେ ଉନ୍ନତି ଘଟିବ ବୋଲି ସିଇସି ନିଜ ବୁଲେଟିନରେ ଉଲ୍ଲେଖ କରିଛି ।
ଆଜି ରାଜଧାନୀ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳର ପାଗ ମେଘୁଆ ରହିବ । ମଝିରେ ମଝିରେ ବର୍ଷା ହୋଇପାରେ ।
ତେବେ ଆମେ ଯଦି ଦେଖିବା ଜୁନ୍ ୧ ତାରିଖରୁ ସେପ୍ଟେମ୍ବର ୯ ତାରିଖ ଭିତରେ ରାଜ୍ୟରେ ମୋଟ ୮୮୮ମିମି ବର୍ଷା ହୋଇଛି । ଏହି ସମୟ ଭିତରେ ସ୍ୱାଭାବିକ ବର୍ଷାର ପରିମାଣ ୧୦୦୧ମିମି ଥିଲା ।
ସେପ୍ଟେମ୍ବର ଆରମ୍ଭରୁ ବର୍ଷା ଲାଗି ରହିଥିଲା । ରାଜ୍ୟର ଅନେକ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସମେତ ପ୍ରବଳ ବର୍ଷା ହୋଇଥିଲା । ତେବେ ଗତକାଲି ଏବଂ ଆଜି ବର୍ଷା କମ ରହିଛି । ସାମାନ୍ୟ ତାପମାତ୍ରା ବୃଦ୍ଧି ସହ ଗୁଳୁଗୁଳି ଅନୁଭୁତ ହେବ ।












Click it and Unblock the Notifications