ରାଜ୍ୟର ପ୍ରବଳ ଖରା; ଆକାଶରୁ ଖସୁଛି ନିଆଁ, କଲବଲ କରିବ ତାତି
Odisha Weather Update: ଆଜି ବି କଲବଲ କରିବ ତାତି । ସାରା ଓଡ଼ିଶାରେ ଆଜି ବି ଉପରମୁହାଁ ହୋଇ ରହିବ ତାପମାତ୍ରା । ଏପ୍ରିଲ ୧୮ ତାରିଖରୁ ଜାରି ରହିଥିବା ଭୀଷଣ ଗ୍ରୀଷ୍ମ ଲହରି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି ।
ଗତକାଲି ରାଜ୍ୟର ୪ ସହରରେ ତାପମାତ୍ରା ୪୪ ଡିଗ୍ରୀ ଛୁଇଁଥିବାବେଳେ, ୪୪.୮ ଡିଗ୍ରୀ ସହ ବାରିପଦା ଥିଲା ସର୍ବାଧିକ ଉତ୍ତପ୍ତ ସହର । ଅନୁଗୁଳରେ ୪୪.୩, ବୌଦ୍ଧରେ ୪୪.୧ ଓ ତାଳଚେରରେ ୪୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି ।
ସେହିପରି ରାଜ୍ୟର ୩୨ଟି ସହରରେ ୪୦ ଡିଗ୍ରୀ ଉପରେ ଥିଲା ପାରଦ । ଟିଟିଲାଗଡ଼ ୪୩.୫, ଢେଙ୍କାନାଳ ୪୩.୨, ଭବାନୀପାଟଣା ଓ ନୟାଗଡ଼ରେ ୪୩ ଡିଗ୍ରୀ ଥିଲା ତାପମାତ୍ରା । ସେପଟେ ଆଜି ବି ଏଥିରୁ ତ୍ରାହି ମିଳିବାର ନାହିଁ ।

ଯଦିଓ କଳାହାଣ୍ଡି, ବଲାଙ୍ଗୀର ସମେତ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ କଳାବୈଶାଖୀ ପ୍ରଭାବରେ ପବନ, ବିଜୁଳି ଘଡଘଡି ସହ ବର୍ଷା ହୋଇଛି, କିନ୍ତୁ ରାଜ୍ୟର ଅଧିକାଂଶ ଅଂଚଳରେ ଗ୍ରୀଷ୍ମ ଲହରି ଜାରି ରହିଛି । ଏହି ସ୍ଥିତି ଆଉ ୪-୫ ଦିନ ଲାଗିରହିବ ବୋଲି ପୂର୍ବନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।
ତେବେ ମେ' ୨ ପରେ ପ୍ରବଳ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ ବୋଲି ଆକଳନ କରାଯାଇଛି । ଏସବୁ ଭିତରେ ଆଜି ପାଇଁ ୯ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଦିଆ ଯାଇଥିବା ବେଳେ ମେ' ୧ ତାରିଖରେ ୬ ଜିଲ୍ଲାକୁ ରେଡ୍ ଆଲର୍ଟ ଦେଇ ସତର୍କ କରାଯାଇଛି । ତେବେ ୨ ତାରିଖ ପରେ ପାଣିପାଗରେ ସାମାନ୍ୟ ପରିବର୍ତନ ହୋଇପାରେ । ତାପମାତ୍ରାରେ କିଛିଟା ହ୍ରାସ ହେବା ନେଇ ପୂର୍ବାନୁମାନ କରାଯାଇଛି ।
ସିଭିୟର ହିଟୱେଭ ନେଇ ଆଜି ପାଇଁ ପାଇଁ ୯ ଜିଲ୍ଲା ଯଥା ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ଅନୁଗୁଳ ଓ କଟକ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । ସେପଟେ ତାଣ୍ଡବ ରଚିଛି କାଳବୈଶାଖୀ ।












Click it and Unblock the Notifications