ଅତି ଭୀଷଣ ଗ୍ରୀଷ୍ମ, ସକାଳ ସାଢେ ୮ଟା ସୁଦ୍ଧା ତାଳଚେରର ତାପମାତ୍ରା ୩୫ ଡିଗ୍ରୀ, ୪୫ ଡିଗ୍ରୀ ଛୁଇଁବା ନେଇ ଆକଳନ

ସାରା ଓଡିଶାରେ ହିଟ୍ ୱେଭ୍ ଜାରି ରହିଛି । ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ପାଣିପାଗ ବିଭାଗ ଆକଳନ କରିଛି । ଦୁଇ ଦିନରେ ପାରଦ ୪୫ ଡିଗ୍ରୀ ଛୁଇଁବା ନେଇ ଆକଳନ ହୋଇଛି ।

ଅସମ୍ଭାଳ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ସକାଳ ସାଢେ ୮ଟା ସୁଦ୍ଧା ତାଳଚେରର ତାପମାତ୍ରା ୩୫ ଡିଗ୍ରୀ ରହିଥିବା ବେଳେ ଭବାନୀପାଟଣା ୩୪.୫, ଟିଟିଲାଗଡ ୩୩.୪ ଡିଗ୍ରୀ, ଝାରସୁଗୁଡା ଓ ବାରିପଦା ୩୩ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ବାଲେଶ୍ୱର ୩୨.୨, ଭୁବନେଶ୍ୱର ୩୧.୮ ଡିଗ୍ରୀ ତାପମାତ୍ରା ରହିଛି ।

ଆଜି କଟକ, ଖୋର୍ଦ୍ଧା, ନୟାଗଡ଼, ମୟୁରଭଞ୍ଜ, ଅନୁଗୁଳ, ବୌଦ୍ଧ ଜିଲ୍ଲା ସିଭିୟର ହିଟ୍ ୱେଭ୍ ନେଇ ଆକଳନ କରିଛି ପାଣିପାଗ ବିଭାଗ । ସେହିପରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, ଗତପତି, କନ୍ଧମା, କୋରାପୁଟ, ମାଲକାନାଗିରି, ଗଞ୍ଜାମରେ ହିଟ୍ ୱେଭ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହା ବ୍ୟତୀତ ସୋନପୁର, ବଲାଙ୍ଗୀର, ବରଗଡ଼, ଝାରସୁଗୁଡା, କଳାହାଣ୍ଡିରେ ହିଟ୍ ୱେଭ ଆଶଙ୍କା ନେଇ ୟୋଲୋ ୱାର୍ଣ୍ଣିଂ ଜାରି ହୋଇଛି ।

Odisha weather news

୪ ଦିନ ହେବ ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଥିବା ବେଳେ ଆହୁରୀ ତିନି ଦିନ ତାତି ଜନଜୀବନକୁ ଅସ୍ତବ୍ୟସ୍ତ କରିପାରେ । ହେଲେ ୨୧ ତାରିଖ ପରେ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିବ । ତେବେ ୨୫ ତାରିଖ ପରେ ତାତି ପୁଣି ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

ଗତକାଲି ୪୩.୬ ଡିଗ୍ରୀ ଭୁବନେଶ୍ୱର ରାଜ୍ୟର ସବୁଠୁ ତତଲା ସହର ଥିଲା । ଗତକାଲି ୩୨ ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ଅନୁଗୁଳରେ ୪୩.୩ ଡିଗ୍ରୀ, ବୌଦ୍ଧରେ ୪୩.୫ ତାପମାତ୍ରା ରେକର୍ଡ କରାଯାଇଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+