ରାଜ୍ୟରେ କମୁଛି ଶୀତ; ହେଲେ ବଢୁଛି କୁହୁଡି, ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ

ରାଜ୍ୟରେ କମୁଛି ଶୀତ । ହେଲେ ଅଧିକ ରହୁଛି କୁହୁଡି । କୁହୁଡ଼ି ହେତୁ ଘଟୁଛି ଦୁର୍ଘଟଣା । ଘନକୁହୁଡ଼ି ହେତୁ ୧୦ ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରାଯାଇଛି । ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ପାଟ୍ରୋଲିଂ ବଢାଇବା ସହ ଡ୍ରାଇଭର ମାନଙ୍କୁ ସଚେତନ କରିବା ପାଇଁ ପରାମର୍ଶ ଦିଆଯାଇଛି ।

ବର୍ତ୍ତମାନ କିଛି ସ୍ଥାନରେ ପ୍ରବଳ ଖରା ଲାଗି ରହିଥିଲେ ମଧ୍ୟ କିଛି ସ୍ଥାନରେ ପାଗ କୋହଲା ରହିଛି । ଉପକୂଳ ଓଡ଼ିଶା ସମେତ କେନ୍ଦ୍ରୀୟ ଓଡ଼ିଶାରେ ପାଗ ଶୁଖିଲା ସହ ପ୍ରବଳ ଖରା ଅନୁଭୂତ ହେଉଥିବା ବେଳ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ମେଘୁଆ ପାଗ ସହ ହାଲୁକା ବର୍ଷା ସମ୍ଭାବନା ଥିବା ସୂଚନା ଦେଇଛି ପାଣିପାଗ ବିଭାଗ ।

winter_in_odisha

ସେପଟେ ୨ ଦିନ ପରେ ଆହୁରି ବଢ଼ିବ ତାତି । ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ନହେଲେ ବି ଦିନରେ ୨ରୁ ୩ ଡିଗ୍ରୀ ବଢ଼ିବ । ସେପଟେ ଫେବ୍ରୁଆରୀରେ ପୁଣି ୩୫ ଡିଗ୍ରୀ ଛୁଇଁଛି ତାପମାତ୍ରା। ରାଜ୍ୟରେ ଶୀତ କମୁଥିବାବେଳେ ଅଧିକ ରହୁଛି କୁହୁଡ଼ି । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଘନକୁହୁଡ଼ି ପାଇଁ ୧୦ ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରାଯାଇଛି।

ଅନ୍ୟପଟେ ଆଜି ଓ ଆସନ୍ତାକାଲି ମଧ୍ୟ କିଛି ଜିଲ୍ଲାରେ ବର୍ଷା ହୋଇପାରେ । ଉପକୂଳରେ ସୃଷ୍ଟି ହୋଇଥିବା ଗୁରୁଚାପ ବଳୟ ସହ ବାୟୁମଣ୍ଡଳର ଉପରିଭାଗରେ ଥିବା ନିମ୍ନ ଚାପରେଖା ପ୍ରଭାବରେ ଏଭଳି ପାଗ ଲାଗି ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+