ରାଜ୍ୟରେ ଜାରି ରହିଛି ଶୀତର ପ୍ରକୋପ; ଶୀତ ସହ କୁହୁଡ଼ି କରୁଛି କଲବଲ
ରାଜ୍ୟରେ ଜାରି ରହିଛି ଶୀତର ପ୍ରକୋପ । ପୁଣି ଫେରିଛି ଶୀତ । ସାରା ରାଜ୍ୟରେ ପ୍ରବଳ ଜାଡ ଅନୁଭୂତ ହେଉଛି । ବିଶେଷ କରି ପଶ୍ଚିମ ଓଡିଶାରେ ଶୀତର ପ୍ରଭାବ ଟିକେ ଅଧିକ ଦେଖିବାକୁ ମିଳୁଛି। ଅଧିକାଂଶ ସ୍ଥାନରେ ପାରଦ ୧୫ ଡିଗ୍ରୀ ତଳେ ରହିଛି ।
ଶୀତର ପ୍ରକୋପ ପାଇଁ ଜନଜୀବନ ଏକ ପ୍ରକାର ପ୍ରଭାବିତ ହୋଇଛି । ସହ ଘନ କୁହୁଡ଼ି ଯୋଗୁଁ ଯାନବାହନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଦୁଇ ଦିନ ପରେ ରାଜରେ ଶୀତ କମିପାରେ ଏବଂ ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଉତ୍ତର ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାରେ ଥଣ୍ଡାର ପରିମାଣ ବୃଦ୍ଧି ପାଇବ । ଅନ୍ୟପଟେ ନୟାଗଡ଼, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ବଲାଙ୍ଗିର ଓ ସୁବର୍ଣ୍ଣପୁରରେ ଘନକୁହୁଡ଼ି ଦୃଶ୍ୟମାନ ହେବ।

ଶୁକ୍ରବାର ଅନୁଗୁଳ ଓ ସୁନ୍ଦରଗଡ଼ର କିଛି ସ୍ଥାନରେ ଶୀତ ଲହରୀ ଅନୁଭୂତ ହୋଇଛି । କିରେଇରେ ରାତି ତାପମାତ୍ରା ୬.୭ ଡିଗ୍ରୀ, ସୁନ୍ଦରଗଡ଼ରେ ୭.୪ ଡିଗ୍ରୀ, ରାଉଲକେଲାରେ ୮.୯ ଡିଗ୍ରୀ, ଅନୁଗୁଳରେ ୯ ଡିଗ୍ରୀ, ଝାରସୁଗୁଡ଼ାରେ ୯.୪ ଡିଗ୍ରୀ, କେନ୍ଦୁଝରରେ ଏବଂ କୋରାପୁଟରେ ୧୦ ଡିଗ୍ରୀ ରହିଥିଲା । ଏହା ସହ ଆସନ୍ତା ୧ ଓ ୨ ତାରିଖରେ ରାଜ୍ୟରେ ପୁଣି ଥରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୧ ତାରିଖରେ ବାଲେଶ୍ୱର, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୁରଭଞ୍ଜରେ ସ୍ୱଳ୍ୱ ବର୍ଷା ହୋଇପାରେ । ସେହିପରି ୨ରେ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ମୟୁରଭଞ୍ଜର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇପାରେ ।
ଭୁବନେଶ୍ବର ସମେତ କିଛି ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହୋଇଛି। ସେପଟେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ସେହିପରି ଉତ୍ତର ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାରେ ଥଣ୍ଡାର ପରିମାଣ ବୃଦ୍ଧି ପାଇବ । ଅନ୍ୟପଟେ ନୟାଗଡ଼, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ବଲାଙ୍ଗିର ଓ ସୁବର୍ଣ୍ଣପୁରରେ ଘନକୁହୁଡ଼ି ଦୃଶ୍ୟମାନ ହେବ।












Click it and Unblock the Notifications