ଥରୁଛି ସାରା ଓଡ଼ିଶା; ଉପାନ୍ତରୁ ଉପକୂଳ ସବୁଠି ଶୀତର ପ୍ରକୋପ ଜାରି
ଥରୁଛି ସାରା ଓଡ଼ିଶା । ରାଜ୍ୟକୁ ଫେରିଛି ଶୀତ । ଉପାନ୍ତରୁ ଉପକୂଳ ସବୁଠି ଶୀତର ପ୍ରକୋପ ଜାରି ରହିଛି । ଆଜି ରାଜ୍ୟର ୧୨ ସହର ୧୩ ଡିଗ୍ରୀ ତଳେ ରହିଛି । ଅନ୍ୟପଟେ ବାୟୁମଣ୍ଡଳରେ ଜଳିୟବାଷ୍ପ ପରିମାଣ ଅଧିକ ରହୁଥିବାରୁ ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡି ଦୃଶ୍ୟମାନ ହୋଇଛି । ଫଳରେ ସକାଳୁ ଯିବା - ଆସିବାରେ ଲୋକେ ଅସୁବିଧା ଭୋଗୁଛନ୍ତି ।
ସୁନ୍ଦରଗଡ଼ର ତାପମାତ୍ରା ୮ ଡିଗ୍ରୀକୁ ଖସିଛି । ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ପବନ ପ୍ରଭାବରେ ଜାଡ ବଢିଥିବା ପାଣିପାଗ ବିଭାଗ କହିଛି । ସେପଟେ ୩୧ ତାରିଖରୁ ପୁଣି ଭିଜିପାରେ ଓଡିଶା । ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ପୁଣି ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ବିଶେଷ କରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୪ ତାରିଖ ସକାଳ ଯାଏ ପଶ୍ଚିମା ଝଡ ପ୍ରଭାବରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।












Click it and Unblock the Notifications