ପ୍ରବଳ ଜାଡରେ ଥରୁଛି ଓଡିଶା; ଆସନ୍ତା ୨ ଦିନ ଯାଏଁ ଘନ କୁହୁଡ଼ି
ଭୁବନେଶ୍ବର: ଶୀତରେ ଥରୁଛି ସାରା ଓଡିଶା । ରାଜ୍ୟରେ ୨୪ ଘଣ୍ଟାରେ ଘନ କୁହୁଡ଼ିର ସମ୍ଭାବନା ରହିଥିବା ବେଳେ ଭୁବନେଶ୍ୱରରେ ପ୍ରବଳ ଘନ କୁହୁଡି ଦେଖିବାକୁ ମିଳିଛି । ଭୁବନେଶ୍ୱରରେ, କୋରାପୁଟ, ଢେଙ୍କାନାଳ, ରାଉରକେଲା, କଟକ, ଅନୁଗୁଳ, କେନ୍ଦ୍ରାପଡାରେ ଏହି ୬ ଜିଲ୍ଲାରେ ଘନ କୁହୁଡି ଦେଖିବାକୁ ମିଳିଛି । ଏହିସବୁ ଜିଲ୍ଲା ଗୁଡିକରେ ୫୦ ମିଟରରୁ ୨୦୦ ମିଟର ଦୂରତା କୁହୁଡି ଦୃଶ୍ୟମାନ ହୋଇଛି ।
ଆସନ୍ତା ୨୪ ଘଣ୍ଟାରେ ଉପକୂଳ ଜିଲ୍ଲା ସମେତ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ଘନ କୁହୁଡି ଦୃଶ୍ୟମାନ ହେବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ମଙ୍ଗଳବାର ପାଇଁ ୧୫ ଜିଲ୍ଲାରେ ଘନ କୁହୁଡି ନେଇ ୟେଲୋ ଚେତାବନୀ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିସବୁ ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂପୁର, କନ୍ଧମାଳ, କୋରାପୁଟ, ରାୟଗଡା ଓ ମୟୁରଭଞ୍ଜ । ସେହିପରି ବୁଧବାର ଘନ କୁହୁଡ଼ିକୁ ନେଇ ୧୭ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଗତ ୨୪ଘଣ୍ଟାରେ ରାଜ୍ୟରେ ପାଗ ଶୁଖିଲା ରହିଥିବା ବେଳେ କେତେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହେବା ସହ ପ୍ରବଳ ଶୀତ ଅନୁଭବ ହୋଇଛି । ଶୀତ ଜାରି ରହିଥିବା ବେଳେ ଫୁଲବାଣୀରେ ୧୦.୦ ସେଲସିୟସ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି ।
ସେପଟେ ଆସନ୍ତା ଦୁଇ ଦିନ ପରେ ରାଜ୍ୟରେ ପଶ୍ଚିମା ଝଡର ପ୍ରବାହିତ ହେବାର ଆକଳନ କରିଛି ପାଣିପାଗ ବିଭାଗ । ପ୍ରଭାବରେ ରାଜ୍ୟ ମଧ୍ୟକୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବେଶ କରିବ । ଯାହାଦ୍ଵାରା ୧ ଓ ୨ ତାରିଖରୁ ରାଜ୍ୟରେ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଉତ୍ତର ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ ।












Click it and Unblock the Notifications