Odisha Heat Wave: ପ୍ରବଳ ଖରାରେ ଆଉଟୁ ପାଉଟୁ ହେଲେଣି ରାଜ୍ୟବାସୀ; ୧୮ରୁ ୨୦ ତାତିରୁ ମିଳିବନି ନିସ୍ତାର

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ । ପ୍ରବଳ ଖରାରେ ଆଉଟୁ ପାଉଟୁ ହେଲେଣି ରାଜ୍ୟବାସୀ । ଆଗାମୀ ୨ ଦିନ ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ । ୧୮ରୁ ୨୦ ତାରିଖ ମଧ୍ୟରେ ଗ୍ରୀଷ୍ମଲହରୀ ଶିଖର ଛୁଇଁପାରେ । ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ଏପ୍ରିଲ ମାସରେ ସ୍ୱାଭାବିକ ଭାବେ ୧ରୁ ୩ ଦିନ ଗ୍ରୀଷ୍ମପ୍ରବାହ ହୋଇଥାଏ । ହେଲେ ମଙ୍ଗଳବାର ସୁଦ୍ଧା ୩ ଦିନ ଗ୍ରୀଷ୍ମପ୍ରବାହ ହୋଇସାରିଛି । ଆହୁରି ୫ଦିନ ଗ୍ରୀଷ୍ମପ୍ରବାହ ହେବ ବୋଲି ଆକଳନ କରାଯାଇଛି । ତେଣୁ ୭ରୁ ୮ ଦିନ ଗ୍ରୀଷ୍ମପ୍ରବାହ ହେବ ବୋଲି ପାଣିପାଗ ବିଭାଗ କହିଛିି ।

ପାଣିପାଗ ବିଭାଗ ପକ୍ଷରୁ ଆଜି ୧୪ ଜିଲ୍ଲାକୁ ହିଟ୍ ୱେଭ ୱାର୍ଣ୍ଣିଂ ଜାରି ହୋଇଛି । ଏପ୍ରିଲ ତୃତୀୟ ସପ୍ତାହରେ ଦିନ ସହ ରାତିରେ ବି ହେଉଛି ଅସମ୍ଭାଳ ତାତି । ଉଷ୍ମ ଓ ଆର୍ଦ୍ର ପାଣିପାଗ ପାଇଁ ସ୍ଥିତି ସଙ୍ଗୀନ ହୋଇଛି ।

Odisha weather news

ଆକଳନ ଅନୁସାରେ , ଆସନ୍ତା ୨୦ ତାରିଖ ଯାଏଁ ତାତିରୁ ନିସ୍ତାର ମିଳିବନି । ସ୍ୱାଭାବିକଠାରୁ ୪ରୁ ୬ ଡିଗ୍ରୀ ତାପମାତ୍ରା ବଢିପାରେ ।

ପାଣିପାଗ ବିଭାଗ ପକ୍ଷରୁ କରାଯାଇଥିବା ପୂର୍ବାନୁମାନ ଅନୁଯାୟୀ, ୧୮ ତାରିଖରେ ଟିଟିଲାଗଡ଼, ବଲାଙ୍ଗିର, ବୌଦ୍ଧ ଓ ଝାରସୁଗୁଡ଼ାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀ ରହିପାରେ। ମାଲକାନଗିରି, ସୋନପୁର, ଭବାନୀପାଟଣା, ନୟାଗଡ଼ ଓ ବାରିପଦାରେ ତାପମାତ୍ରା ୪୪ ଡିଗ୍ରୀ ଏବଂ ପାରଳାଖେମୁଣ୍ଡି, ଭୁବନେଶ୍ୱର, ଅନୁଗୋଳ ଓ ନୂଆପଡ଼ାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରୀ ରହିପାରେ ।

୧୯ ତାରିଖରେ ଟିଟିଲାଗଡ଼, ଭବାନୀପାଟଣା, ମାଲକାନଗିରି, ବଲାଙ୍ଗିର, ବୌଦ୍ଧ, ନୟାଗଡ଼, ଝାରସୁଗୁଡ଼ା ଓ ଅନୁଗୋଳରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀ ରହିପାରେ। ନୂଆପଡ଼ା, ସୋନପୁର ଓ ବାରିପଦାରେ ତାପମାତ୍ରା ୪୪ ଡିଗ୍ରୀ ଏବଂ ରାୟଗଡ଼ା, ପାରଳାଖେମୁଣ୍ଡି, ସମ୍ବଲପୁର, ଭୁବନେଶ୍ୱର, ଯାଜପୁର, ସୁନ୍ଦରଗଡ଼ ଓ ରାଉରକେଲା ୪୩ ଡିଗ୍ରୀ ରହିବାର ସମ୍ଭାବନା ରହିଛି । ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+