ତାତି ଓ ଗୁଳୁଗୁଳିରୁ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ନିସ୍ତାର ନାହିଁ ; ୨ରୁ ୪ ପର୍ଯ୍ୟନ୍ତ ସାମାନ୍ୟ କମିପାରେ

ତାତି ଓ ଗୁଳୁଗୁଳିରୁ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ନିସ୍ତାର ନାହିଁ । ୨ ରୁ ୪ ପର୍ଯ୍ୟନ୍ତ ସାମାନ୍ୟ କମିପାରେ, ସେପରି ପରିବର୍ତ୍ତନ ହେବନି । ଦିନ ସାଢ଼େ ୧୧ ପର୍ଯ୍ୟନ୍ତ ଗୁଳୁଗୁଳି ଅଧିକ ରହିବ, ପରେ ତାତି ବଢ଼ିବ ।

odisha weather news

ଉପକୂଳରେ ପ୍ରାୟ ସବୁ ସ୍ଥାନରେ ଆର୍ଦ୍ରତା ୬୫%ରୁ ଅଧିକ ରହୁଛି । ଭୁବନେଶ୍ବରରେ କାଲିର ତାପମାତ୍ରା ସ୍ବାଭାବିକଠୁ ୬.୮ ଅଧିକ ଥିଲା । ଆଜି ମଧ୍ୟ ତାପମାତ୍ରା କିଛି ସ୍ଥାନରେ ୪୪ ଡିଗ୍ରୀ ଉପରେ ରହିବ । ଆଉ କିଛି ସ୍ଥାନରେ ତାପମାତ୍ରା ୪୫ ପାଖାପାଖି ପହଞ୍ଚିପାରେ । ସୂଚନା ଦେଲେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ।

ଚଳିତ ବର୍ଷ ଏପ୍ରିଲ ମାସରେ ତାତି ରେକର୍ଡ ଭାଙ୍ଗିଥିବା ବେଳେ ମେ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ସମାନ ସ୍ଥିତି ଲାଗି ରହିବ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ।

ଗ୍ରୀଷ୍ମପ୍ରବାହ ଉଗ୍ର ହେବାରେ ଲାଗିଛି । ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳିରେ ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି । ସୂର୍ଯ୍ୟୋଦୟରୁ ତାତିର ପ୍ରଭାବ ଆରମ୍ଭ ହେଉଥିବା ବେଳେ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି ।

ଗତ ୨୪ ଘଣ୍ଟାରେ ଟ୍ୱିନ ସିଟି କଟକ ଭୁବନେଶ୍ୱର ସମେତ ରାଜ୍ୟର ୩୩ ସହରର ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ୪୩ ଡିଗ୍ରୀ ଉପରେ ୧୪ଟି ସହରର ତାପମାତ୍ରା ରହିଛି। ଆଗାମୀ ୨ରୁ ୩ଦିନ ମଧ୍ୟରେ ତାପାମାତ୍ରାରେ ଆହୁରି ବୃଦ୍ଧି ଘଟିବା ନେଇ ମଧ୍ୟ ଆଶଙ୍କା ଦେଖାଦେଇଛି । ଭୀଷଣ ଗ୍ରୀଷ୍ମପ୍ରବାହର ସମ୍ଭାବନା ରହିଥିବାରୁ ଭୁବନେଶ୍ୱର ଓ କଟକ ସହର ସମେତ ୧୩ଟି ସହର ପାଇଁ ରେଡ୍ ଏବଂ ୧୫ଟି ଜିଲ୍ଲା ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।ରାଜ୍ୟରେ ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି । ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳିରେ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ । ସକାଳୁ ଉଠିଲା ବେଳକୁ ମୁଣ୍ଡ ଉପରେ ଖରା। ତାତି ଅସହ୍ୟ ହେଉଥିବା ବେଳେ ଆକାଶରୁ ନିଆଁ ବର୍ଷା ହେବା ଭଳି ଅନୁଭବ ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+