ପାଣିପାଗ ଖବର : ଘଡ଼ଘଡ଼ି ସହ ବର୍ଷା ନେଇ ଏହି ୩ ଜିଲ୍ଲାକୁ ଆଗାମୀ ୩ ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ
ଆଗାମୀ ୩ ଘଣ୍ଟା ପାଇଁ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ । କନ୍ଧମାଳ, ଦେବଗଡ଼, ରାୟଗଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ । ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ନେଇ ପାଣିପାଗ ବିଭାଗ ୱାର୍ଣ୍ଣିଂ ଜାରି କରିଛି । ଅତି ଜରୁରୀ ନଥିଲେ ଘରୁ ନବାହାରିବାକୁ ଲୋକଙ୍କୁ ପରାମର୍ଶ ଦେଇଛି
ପାଣିପାଗ ବିଭାଗ ।
କନ୍ଧମାଳ, ଦେବଗଡ଼ ଓ ରାୟଗଡ଼ା, ଏହି ୩ ଜିଲ୍ଲାରେ ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ଅତି ଜରୁରୀ ନଥିଲେ ଘରୁ ନ ବାହାରିବାକୁ କୁହାଯାଇଛି ।
ସେପଟେ ବଙ୍ଗୋପସାଗରରେ ସକ୍ରିୟ ହୋଇଛି ଘୂର୍ଣ୍ଣିବଳୟ । ଆଉ ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପର ରୂପ ନେଇପାରେ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ଦେଖିବାକୁ ମିଳିଛି । ଏହା ସହ ଅନେକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ଅନୁମାନ କରାଯାଉଛି । ସେଥିପାଇଁ ପାଣିପାଗ ବିଭାଗ ୱାର୍ଣ୍ଣିଂ ଜାରି କରିଛି ।

ସେପଟେ ଗତକାଲି ବଜ୍ରପାତରେ ୬ ଜିଲ୍ଲାରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ୩ ଜଣ ଗୁରୁତର ଅଛନ୍ତି । ଖୋର୍ଦ୍ଧାରେ ସର୍ବାଧିକ ୪ ମୃତ ଓ ୩ ଗୁରୁତର ହୋଇଛନ୍ତି । ଅନୁଗୁଳ ଓ ବୌଦ୍ଧରୁ ଜଣେ ଲେଖାଏଁ, ବଲାଙ୍ଗିରରୁ ୨ ଜଣଙ୍କ ମୃତ୍ୟୁ ହୋଇଛି ।
ଶନିବାର କଟକ ମହାନଗର ନିଗମ ଅଞ୍ଚଳରେ ୯୫.୮ମିମି ବର୍ଷା ହୋଇଛି । ଖୋର୍ଦ୍ଧାରେ ୭୫, ଅନୁଗୁଳରେ ୨୬, ସୋନପୁର ଓ ଦାରିଙ୍ଗିବାଡ଼ିରେ ୨୭.୨, ମାଲକାନଗିରିରେ ୧୪.୪, ନୟାଗଡ଼ରେ ୧୬, ଯାଜପୁରରେ ୧୮, ନବରଙ୍ଗପୁରରେ ୧୬.୨ ଓ କେନ୍ଦ୍ରାପଡ଼ାରେ ୧୧.୨ମିମି ବର୍ଷା ହୋଇଛି ।
ଗତକାଲି ୩ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ୧୨୬ମିମି ବର୍ଷା ରେକର୍ଡ ହୋଇଛି । ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୫ଟା ଭିତରେ ରାଜ୍ୟରେ ମୋଟ ୨୫୬୭୩ ବଜ୍ରପାତ ହୋଇଥିବା ସୂଚନା ମିଳିଛି ।












Click it and Unblock the Notifications