ଟେନସନ୍ ଦେଉଛି ନିଅଣ୍ଟିଆ ବର୍ଷା: ମୌସୁମୀ ହେଉଛି ଦୁର୍ବଳ, କମିପାରେ ଧାନ ଅମଳ

ଭୁବନେଶ୍ୱର : ମୌସୁମୀ ହେଉଛି ଦୁର୍ବଳ । ଚିନ୍ତାରେ ଚାଷୀ । ନିଅଣ୍ଟିଆ ବର୍ଷା ଚିନ୍ତା ବଢ଼ାଉଛି । ଧାନ ଚାଷ ଆରମ୍ଭ ହୋଇ ପାରୁନି । ସବୁଠି ଖାଁ ଖାଁ । ଦୁଶ୍ଚିନ୍ତା ଚାଷୀକୁ ମାଡ଼ି ଆସିଲାଣି ।

ଧାନ ଅମଳ କମିଯିବା ନେଇ ଆଶଙ୍କା ବଢିଲାଣି । ଆଗକୁ କେଇ ଅସରା ଭଲ ବର୍ଷା ନହେଲେ ଏଥର ଅମଳ କମିଯାଇପାରେ । ଏନେଇ ଚାଷୀ ଚିନ୍ତାରେ ପଡିଛି ।

ପାଣିପାଗ ବିଭାଗ ତଥ୍ୟ ଅନୁଯାୟୀ, ୧୧ଟି ଜିଲ୍ଲାରେ ସ୍ବାଭାବିକଠାରୁ ୨୦ରୁ ୩୫ ପ୍ରତିଶତ କମ ବର୍ଷା ହୋଇଛି । ସେପ୍ଟେମ୍ବର ପ୍ରଥମ ସପ୍ତାହରେ ବର୍ଷା ଆଶା ରହିଛି । ତେବେ ଦ୍ବିତୀୟ ଏବଂ ତୃତୀୟ ସପ୍ତାହ ବର୍ଷା ହେବ ନାହିଁ ।

RAIN

ଆଉ କିଛିଦିନ ବର୍ଷା ନହେଲେ ବାଲେଶ୍ୱର, ମୟୂରଭଞ୍ଜ, ବଲାଙ୍ଗିର, ନୟାଗଡ଼, ନୂଆପଡ଼ା ଜିଲ୍ଲା ମଧ୍ୟ ନିଅଣ୍ଟିଆ ଜିଲ୍ଲା ତାଲିକାରେ ଯୋଡ଼ି ହୋଇଯିବ । ଚିନ୍ତାର ବିଷୟ ହେଲା, ପ୍ରାୟ ସପ୍ତାହେ ହେଲାଣି ରାଜ୍ୟରେ ଭଲ ବର୍ଷା ହୋଇନି । ତେଣୁ ସ୍ଥିତି ଆହୁରି ବିଗିଡ଼ିବା ଆଶଙ୍କା ରହିଛି ।

ଜୁନ ୧ରୁ ଏପର୍ଯ୍ୟନ୍ତ ନବରଙ୍ଗପୁରରେ ସର୍ବାଧିକ ୩୯ପ୍ରତିଶତ କମ ବର୍ଷା ହୋଇଛି । କଳାହାଣ୍ଡିରେ ୩୪ ପ୍ରତିଶତ, ଗଞ୍ଜାମରେ ୩୨ ପ୍ରତିଶତ, କେନ୍ଦ୍ରାପଡାରେ ୩୫ପ୍ରତିଶତ, ଜଗତସିଂପୁରରେ ୨୫ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି ।

ତେବେ ଆସନ୍ତା ୩୧ ତାରିଖରୁ ରାଜ୍ୟରେ ପୁଣି ବଢିବ ବର୍ଷା । ରାଜ୍ୟ ସାରା ବର୍ଷା ହେବାର ସମ୍ଭାବନା ରହିଛି । ଉପାନ୍ତରୁ ଉପକୂଳ ସବୁଠି ଜୋରରେ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର-ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଘଡଘଡି ବିଜୁଳି ସହ ବର୍ଷା ନେଇ ୨୩ ଟି ଜିଲ୍ଲାକୁ ସତର୍କ କରାଯାଇଛି । କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ତେବେ ୩୧ ତାରିଖରୁ ପୁଣି ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବ ବୋଲି ଆକଳନ କରାଯାଇଛି ।

ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବା ପ୍ରଚୁର ପରିମାଣର ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରଭାବ ରହିଛି । ଏଥିପାଇଁ ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+