ବାତ୍ୟା ପ୍ରଭାବରେ ରାଜ୍ୟରେ ପାଗ କୋହଲା; ଘରୁ ବାହାରି ହେଉନି, ସୁନ୍ଦରଗଡ଼ର ସମସ୍ତ ସ୍କୁଲ ଛୁଟି
ଦିନରେ କାଲୁଆ ପାଗ । ବଦଳିଲା ପାଗର ମିଜାଜ । ବାତ୍ୟା ହେତୁ ବର୍ଷା ହେବାରୁ ଅଦିନିଆ ଥଣ୍ଡା ଦେଖିବାକୁ ମିଳିଛି । ଘରେ ଚାଦର, କମ୍ବଳ ଦରକାର ପଡୁଛି । ଖସିଗଲା ଦିନର ତାପମାତ୍ରା । ଦୁଇ ଦିନରେ ତାପମାତ୍ରା ୫ ଡିଗ୍ରୀ କମିଛି । ଦିନର ତାପମାତ୍ରା କମିଛି ।
ଦକ୍ଷିଣ-ଛତିଶଗଡ ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଲଘୁଚାପ ଦୁର୍ବଳ ହୋଇଥିବାବେଳେ ଏହା ସହ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ୩.୧ କିମି ଉଚ୍ଚତା ଯାଏଁ ବ୍ୟାପିଛି । ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ କୋହୋଲା ପାଗ ଲାଗିରହିଛି ।
ବର୍ଷା ପାଗ ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା ହୋଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଛୁଟି ଘୋଷଣା ହୋଇଛି । ସମସ୍ତ ସରକାରୀ ବେସରକାରୀ ସ୍କୁଲ ଛୁଟି ଅଛି ।

ଗତ ୪ ତାରିଖରେ ରାଜଧାନୀ ଭୁବନେଶ୍ୱର ସହରର ସର୍ବୋଚ୍ଚ ତାପମାତ୍ରା ୨୮ ଦଶମିକ ୪ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୨୨ ଦଶମିକ ୬ ଡିଗ୍ରୀ ରହିଥିଲ । ସେହିପରି ୫ ତାରିଖରେ ସର୍ବୋଚ୍ଚ ତାପମାତ୍ରା ୨୮ ଦଶମିକ ୮ ଓ ସର୍ବନିମ୍ନ ତାପମାତ୍ରା ୨୧ ଦଶମିକ ୫ ଥିଲା । ତେବେ ଗତକାଲି (୬ ତାରିଖରେ) ଦିନ ତାପମାତ୍ରା ୨୦-୨୨ ଡିଗ୍ରୀ ସେଲସିୟସିସ୍କୁ ଖସିଯାଇଥିଲା ।
ଗତ ଦୁଇ- ତିନି ହେବ ବାତ୍ୟା ପ୍ରଭାବରେ ରାଜ୍ୟରେ ପାଗ କୋହଲା ରହିଛି । ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହୋଇଥିବାବେଳେ ବୁଧବାର ଉପକୂଳରେ ବି ପାଗ କୋହଲା ରହିଛି ।
ବୁଧବାର ଦାରିଙ୍ଗିବାଡ଼ିରେ ଦିନ ସର୍ବୋଚ୍ଚ ତାପମାତ୍ରା ୧୭, ସୁନ୍ଦସୁରଗଡ଼ ୨୦.୫, ହୀରାକୁଦ ୨୧.୧, ତାଳଚେର ୨୩.୬, ଗୋପାଳପୁର ୨୧, ଭୁବନେଶ୍ୱର ୨୩.୬, କେନ୍ଦୁଝର ୨୦.୪, ଝାରସୁଗୁଡ଼ା ୨୨, ରାଉରକେଲା ୨୨.୨, ବରଗଡ଼ ୨୨.୬, ସମ୍ବଲପୁରପୁ ୨୨.୪ ଡିଗ୍ରୀ ଡି ସେଲସିୟସ୍ ରେକର୍ଡ ହୋଇଛି ।
ସେପଟେ ମରୁଡି ପରେ ଦାଉ ସାଧିଛି ବର୍ଷା । ଚାଷୀଙ୍କ ବର୍ଷକର ପରିଶ୍ରମ ବାତ୍ୟା ମିଗଜୋମ ପ୍ରଭାବରେ ପାଣିରେ ଭିଜିଯାଇଛି। ପରିବା ଫସଲ ଉପରେ ପ୍ରଭାବ ପଡିଛି।












Click it and Unblock the Notifications