ଜୁନରେ ମୌସୁମୀ ଆସିଲେ ବି ନିଅଣ୍ଟିଆ ହେବ ବର୍ଷା, ଚିନ୍ତାରେ ଚାଷୀ କୂଳ....
ଭୁବନେଶ୍ୱର: ଆସନ୍ତା ଜୁନ୍ ୪ ତାରିଖ ବେଳକୁ ମୌସୁମୀ କେରଳ ଛୁଇଁବ । ଏନେଇ ଆଜି ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି ସୂଚନା ଦେଇଛି ।
ହେଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି ଯେ, ଜୁନରେ ମୌସୁମୀ ଓଡ଼ିଶାକୁ ଆସୁଥିଲେ ମଧ୍ୟ ରାଜ୍ୟରେ ନିଅଣ୍ଟିଆ ହେବ ବର୍ଷ । ତେବେ ସାମଗ୍ରିକ ଭାବେ ମୌସୁମୀ ଋତୁରେ ସ୍ୱାଭାବିକ ବର୍ଷା ହେବ । ଜୁନରୁ ସେପ୍ଟେମ୍ବର ମଧ୍ୟରେ ବର୍ଷାର ପରିମାଣ ସ୍ୱାଭାବିକ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଜୁନ ମାସରେ କେବଳ ନିଅଣ୍ଟିଆ ବର୍ଷା ନୁହେଁ ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବା ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ କେନ୍ଦ୍ର ।
ଅନ୍ୟପଟେ ଜୁନ ୪ରେ ମୌସୁମୀ କେରଳ ଛୁଇଁବାକୁ ଥିବା ବେଳେ ଜୁନ ୧୪ ଅର୍ଥାତ ରଜ ବେଳକୁ ଓଡ଼ିଶାରେ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଗତବର୍ଷ ମେ' ୨୯ ତାରିଖରେ ମୌସୁମୀ କେରଳ ଛୁଇଁଥିଲା। ୨୦୨୧ରେ ଏହା ଜୁନ ୩ ଓ ୨୦୨୦ରେ ମୌସୁମୀ ଜୁନ ୧ରେ କେରଳରେ ତା'ର ଉପସ୍ଥିତି ଜାହିର କରିଥିଲା ।












Click it and Unblock the Notifications