ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା ! ହେଲେ ଓଡ଼ିଶାକୁ ନାହିଁ ପ୍ରଭାବ !

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହୋଇଥିବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) । ଦକ୍ଷିଣ ଅଣ୍ଡାମାନ ସାଗରରେ ଯେଉଁ ଲଘୁଚାପ ରହିଛି । ଏହା ଧୀରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ୩୦ ତାରିଖରେ ଏହା ଅଵପାତର ରୁପ ନେଇପାରେ । ବର୍ତ୍ତମାନ ଓଡିଶା ପାଇଁ କୌଣସି ବିପଦ ସଙ୍କେତ ନାହିଁ । କେବଳ ସମୁଦ୍ର ଅଶାନ୍ତ ରହୁ ଥିବାରୁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି । ୨ ତାରିଖରେ ଏହା ଘୁର୍ଣ୍ଣିବାତ୍ୟାର ରୁପ ନେଇପାରେ । କେନ୍ଦ୍ରୀୟ ବଙ୍ଗୋପସାଗର ୨ ତାରିଖରେ ବେଶୀ ବିପଦ ରହିବ । ସେଥିପାଇଁ ଯେଉଁମାନେ ସମୁଦ୍ର ଭିତରକୁ ଯାଇଛନ୍ତି ୧ ତାରିଖ ସୁଦ୍ଧା ଫେରି ଆସିବା ଦରକାର ।

ବର୍ତ୍ତମାନ ଏହା କେଉଁ ସମୁଦ୍ର କୂଳକୁ ଅତିକ୍ରମ କରିବ ଆମେ ସୂଚନା ଦେଇ ନାହୁଁ ବୋଲି ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

Odisha weather news

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ ସୃଷ୍ଟି ହେବ । ଯଦି ଲଘୁଚାପଟି ବାତ୍ୟାର ରୂପ ନିଏ ତେବେ କେଉଁଠି ଲ୍ୟାଣ୍ଡଫଲ୍ କରିବ ତାକୁ ନେଇ ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି। ବାତ୍ୟା ସୃଷ୍ଟି ହେଲେ ଏହାର ନାମ 'ମିଚାଉଙ୍ଗ ' ରଖାଯିବ । ମ୍ୟାନମାର ଏହାର ନାମକରଣ କରିଛି । ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ କେମିତି ରହିବ ବର୍ତ୍ତମାନ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନି ।

ବାତ୍ୟା ଡିସେମ୍ବର ୪ ରୁ ୬ ତାରିଖ ମଧ୍ୟରେ ଉପକୂଳ ମୁହାଁ ହେବ। ବିଭିନ୍ନ ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ଘଣ୍ଟା ପ୍ରତି ୧୧୮ରୁ ୧୬୨ କିଲୋମିଟର ବେଗରେ ପବନ ବହିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+