ପାଣିପାଗ ଖବର: କମୁଛି ଶୀତ, ବଢୁଛି କୁହୁଡ଼ି

ରାଜ୍ୟରେ ଆସ୍ତେ ଆସ୍ତେ ଶୀତର ପ୍ରକୋପ କମୁଛି । ରାତିର ତାପମାତ୍ରା ଦିନକୁ ଦିନ ବଢୁଛି । ଯାହା ଫଳରେ ଶୀତ ଦାଉରୁ ଲୋକେ ଅଳ୍ପକେ ବର୍ତ୍ତିଛନ୍ତି । କିଛି ଦିନର ହାଡ ଭଙ୍ଗା ଜାଡ ପରେ ରାଜ୍ୟରେ କମିଛି ଶୀତ । ହେଲେ ଦିନକୁ ଦିନ କୁହୁଡ଼ି ବଢୁଛି ।

ଗତକାଲି ରାଜ୍ୟରେ ୪ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ଥିବା ବେଳେ କୋରାପୁଟ ସବୁଠୁ ଥଣ୍ଡା ସହର ଥିଲା । କୋରାପୁଟରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୭.୪ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେହିପରି ଆମେ ଯଦି ଦେଖିବା ଜି. ଉଦୟଗିରି ୭.୮, ଦାରିଙ୍ଗବାଡ଼ି ୯.୫ ଓ ସିମିଳିଗୁଡ଼ା ୯.୬ ଡିଗ୍ରୀ ରେକର୍ଡ କରାଯାଇଥିଲା ।

ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୧୩.୮ଡିଗ୍ରୀ ରହିଥିବା ବେଳେ ଝାରସୁଗୁଡ଼ାରେ୧୩.୬, ବରଗଡ଼ରେ ୧୩.୬, ସମ୍ବଲପୁରରେ ୧୬, ଦେବଗଡ଼ରେ୧୬.୨, ତାଳଚେରରେ୧୫.୮, ଅନୁଗୋଳରେ୧୩, ସୋନପୁରରେ୧୩.୫, ବଲାଙ୍ଗିରରେ୧୩, ନୂଆପଡ଼ାରେ୧୨, ଭବାନୀପାଟଣାରେ୧୧, ଟିଟିଲାଗଡ଼୧୪ ୫, ନବରଙ୍ଗପୁରରେ ୧୧, ରାୟଗଡ଼ାରେ୧୫, ମାଲକାନଗିରିରେ୧୬.୫, ନୟାଗଡ଼ରେ ୧୭, ଢେଙ୍କାନାଳରେ୧୫.୬, ଯାଜପୁରରେ୧୮.୪ ଓ ଭଦ୍ରକରେ୧୭.୮ ଡିଗ୍ରୀ ରହିଥିଲା।

ଟ୍ୱିନ ସିଟିରେ ମଧ୍ୟ ରାତିର ତାପମାତ୍ରାରେ ବୃଦ୍ଧି ଘଟିଛି । ଗତକାଲି ରାତିରେ ଭୁବନେଶ୍ୱରର ତାପମାତ୍ରା ୩୦. ୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କଟକରେ ୨୭.୫ ଡିଗ୍ରୀ ରେକର୍ଡ କରାଯାଇଛି ।

ଘନ କୁହୁଡି ସତର୍କତା ପରେ ପୋଲିସ ଓ ପରିବହନ ବିଭାଗକୁ ସତର୍କ କରାଇଛନ୍ତି ଏସଆରସି । ଗାଡି ଚଳାଚଳ ଉପରେ ନଜର ରଖିବା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲଗାତର ଏକ ସପ୍ତାହ ଧରି ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ପବନ ଧିରେ ଧିରେ ଦୁର୍ବଳ ହେଉଛି ।

ରାଜ୍ୟରେ ଶୀତ ପ୍ରକୋପ କମିଥିବା ବେଳେ ରାତ୍ରି ତାପମାତ୍ରା କ୍ରମଃଶ ବୃଦ୍ଧି ପାଇଛି । ଏହାସହ ବିଭିନ୍ନ ଜିଲ୍ଲାରେ ଘନ କହୁଡି ଦେଖିବାକୁ ମିଳୁଛି । କୁହୁଡିର ଆସ୍ତରଣର ଯୋଗୁ ୧୦ ମିଟର ପର୍ଯ୍ୟନ୍ତ ରାସ୍ତା ଦେଖାଯାଉନାହିଁ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏପରି ପାଗ ରହିପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+