Odisha Weather: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ରାଜ୍ୟରେ ଏବେ ମୌସୁମୀ ବର୍ଷା ଲାଗି ରହିଥିବା ବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହିତ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସୋମବାର କୋରାପୁଟ, ରାୟଗଡ଼ା, ଗଜପତିରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏଥିପାଇଁ ଏସବୁ ଜିଲାଗୁଡ଼ିକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେପଟେ ରବିବାର ସବୁଠି ପ୍ରବଳ ବର୍ଷିଛି। ଉପକୂଳଠାରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ବର୍ଷା ହୋଇଥିବା ଦେଖାଯାଇଛି। ତେବେ ଭୁବନେଶ୍ୱରରେ ସର୍ବାଧିକ ୫୨.୬ ମି.ମି. ବର୍ଷା ରେକର୍ଡ କରାଯାଇଥିବା ଭୁବନେଶ୍ୱର ଅଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି।

ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ରବିବାର ସକାଳ ସାଢ଼େ ୮ଟାରୁ ଅପରାହ୍ନ ସାଢ଼େ ୫ଟା ମଧ୍ୟରେ ଭୁବନେଶ୍ୱରରେ ସର୍ବାଧିକ ବର୍ଷା ହୋଇଥିବାବେଳେ କଟକରେ ୪୬.୨, ଯାଜପୁର ୨୦, ଫୁଲବାଣୀ ୧୬.୮, ଗୋପାଳପୁର ୧୬, ଦାରିଙ୍ଗବାଡ଼ି ୧୨ ଓ ଖୋର୍ଦ୍ଧାରେ ୧୨ ମିମି ବର୍ଷା ରେକର୍ଡ କରାଯାଇଛି। ଏଥିସହିତ ଅନୁଗୋଳ, ତାଳଚେର, ଭବାନୀପାଟଣା, କୋରାପୁଟ, ବୌଦ୍ଧ, ଛତ୍ରପୁର, ପାରଳାଖେମୁଣ୍ଡି, ରାୟଗଡ଼ା, ଢେଙ୍କାନାଳ, ନବରଙ୍ଗପୁରରେ ମଧ୍ୟ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଅପରପକ୍ଷେ ରାଜ୍ୟରେ ଏବେ ବି ନିଅଣ୍ଟିଆ ବର୍ଷା ରହିଛି।

Odisha Weather news

ଜୁନ୍‌ ୧ରୁ ଜୁଲାଇ ୭ ମଧ୍ୟରେ ରାଜ୍ୟରେ ସ୍ବାଭାବିକ ବର୍ଷା ୨୭୬.୬ ମିମିଠାରୁ ୭୪ ମି.ମି. କମ୍‌ ଅର୍ଥାତ୍‌ ୨୦୨.୬ ମିମି ବର୍ଷା ରେକର୍ଡ ହୋଇଛି। ଏହି ସମୟ ମଧ୍ୟରେ ୧୩ ଜିଲାରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ଗୋଟିଏ ଜିଲାରେ ଅତ୍ୟଧିକ ନିଅଣ୍ଟିଆ ଏବଂ ବାକି ୧୬ ଜିଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ସୋମବାର କୋରାପୁଟ, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଅନ୍ୟ ଜିଲ୍ଲାଗୁଡିକରେ କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହେବ । ସେହିପରି ଆସନ୍ତା ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରୁ ବର୍ଷା ଉଭାନ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପୂର୍ବାନୁମାନ କରିଛି । ତେବେ ୧୪ରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ହୋଇପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+