ଭୁବନେଶ୍ୱର ଏସିଆର ଷଷ୍ଠ ଉତ୍ତପ୍ତ ସହର; ୪୫.୭ ଡିଗ୍ରୀ ସହ ମିଆଁମାର ଚାଉକ୍ ସହର ସର୍ବାଧିକ ଉତ୍ତପ୍ତ
ଆଜି ଭୁବନେଶ୍ୱର ଏସିଆର ଷଷ୍ଠ ଉତ୍ତପ୍ତ ସହର । ୧୦ ଉତ୍ତପ୍ତ ସହର ତାଲିକାରେ ଷଷ୍ଠ ସ୍ଥାନରେ ଭୁବନେଶ୍ୱର । ୪୩.୫ ଡିଗ୍ରୀ ସହ ଷଷ୍ଠ ସ୍ଥାନରେ ଭୁବନେଶ୍ୱର । ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଏ ନେଇ ସୂଚନା ଦେଇଛନ୍ତି ।
୧୦ ଉତ୍ତପ୍ତ ସହର ତାଲିକାରେ ଭାରତର ୫ ସହର ଅଛି । ୪୫.୭ ଡିଗ୍ରୀ ସହ ମିଆଁମାର ଚାଉକ୍ ସହର ସର୍ବାଧିକ ଉତ୍ତପ୍ତ । ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ବଢ଼ିଛି । ଅନୁଗୋଳ, ଝାରସୁଗୁଡ଼ା, ତାଳଚେର, ଟିଟିଲାଗଡ଼, ମାଲକାନଗିରି, ନୟାଗଡ଼, ବୌଦ୍ଧ ଓ ପାରଳାଖେମୁଣ୍ଡିରେ ଆଜି ତାପମାତ୍ରା ୪୨ ଡିଗ୍ରୀ ବା ଏହା ଉପରେ ରେକର୍ଡ କରାଯାଇଛି।
ଅନୁଗୋଳରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୨.୧ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ାରେ ୪୨, ତାଳଚେରରେ ୪୨.୫, ବଲାଙ୍ଗିରରେ ୪୨, ଟିଟିଲାଗଡ଼ରେ ୪୨, ମାଲକାନଗିରିରେ ୪୨.୨, ନୟାଗଡ଼ରେ ୪୨, ବୌଦ୍ଧରେ ୪୨.୨ ଓ ପାରଳାଖେମୁଣ୍ଡିରେ ୪୨.୬ ଡିଗ୍ରୀ ରେକର୍ଡ କରାଯାଇଛି। ଗତକାଲି ରାଜ୍ୟର ମାତ୍ର ଦୁଇଟି ସ୍ଥାନ- ବୌଦ୍ଧ ଓ ମାଲକାନଗିରିରେ ତାପମାତ୍ରା ୪୨ ଡିଗ୍ରୀ ଛୁଇଁ ଥିଲା।

ଚାନ୍ଦବାଲିରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୧.୨ ଡିଗ୍ରୀ ରହିଥିବା ବେଳେ କଟକରେ ୪୦.୬, ବାରିପଦାରେ ୪୧, କେନ୍ଦୁଝରରେ ୪୦.୫, ସମ୍ବଲପୁରରେ ୪୧.୩, ସୁନ୍ଦରଗଡ଼ରେ ୪୧, ହୀରାକୁଦରେ ୪୧, ଭବାନୀପାଟଣାରେ ୪୧.୨, ସୋନପୁରରେ ୩୯.୮, ଛତ୍ରପୁରରେ ୩୮, ରାୟଗଡ଼ାରେ ୩୯, ଯାଜପୁରରେ ୪୦, ଢେଙ୍କାନାଳରେ ୪୦.୬, ବରଗଡ଼ରେ ୪୦.୪, ନୂଆପଡ଼ାରେ ୩୯.୪, ନବରଙ୍ଗପୁରରେ ୩୯.୨, ଖୋର୍ଦ୍ଧାରେ ୩୯.୫, ଜଗତସିଂହପୁରରେ ୪୧.୫, କେନ୍ଦ୍ରାପଡ଼ାରେ ୪୧ ଓ ରାଉରକେଲାରେ ୪୦ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି।
ସକାଳ ସାଢ଼େ ୮ଟାରେ ଭୁବନେଶ୍ୱରର ତାପମାତ୍ରା ୩୧.୨ ଡିଗ୍ରୀ ରହିଥିବା ବେଳେ ସାଢେ ୧୧ଟା ସୁଦ୍ଧା ୩୯.୮ ଓ ଦିନ ସାଢେ ୨ଟା ବେଳକୁ ଏହା ଛୁଇଁଥିଲା ୪୩.୨ ଡିଗ୍ରୀ।












Click it and Unblock the Notifications