ଫାଟକକୁ ଭାଙ୍ଗି ରେଲୱେ ଟ୍ରାକରେ କଣ୍ଟେନର: ବାଲେଶ୍ବର-ନୀଳଗିରି ଲାଇନରେ ଟ୍ରେନ୍ ଚଳାଚଳ ବନ୍ଦ
ଆଜିଠୁ ୫ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା । କାଳବୈଶାଖୀ ଜନିତ ବଜ୍ରପାତ ସହ ଝଡ଼ବର୍ଷା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।ଘଡ଼ଘଡି ସହ ବର୍ଷା ନେଇ ଆଜି ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି,ରାୟଗଡ଼ା, ନୂଆପଡା, କନ୍ଧମାଳ, ଗଜପତି, ସୁନ୍ଦରଗଡ଼, ଦେବଗଡ଼,ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
୨୮ ସେପ୍ଟେମ୍ବର, ଗୁରୁବାର ଅପରାହ୍ନ ମଧ୍ୟରେ ରାଜ୍ୟର ୧୩ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଟୁଇନ୍ ସିଟି କଟକ ଓ ଭୁବନେଶ୍ୱର ସମେତ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଜି ସକାଳୁ ଖରା ହେଉଛି । ତେବେ, ଟୁଇନ୍ ସିଟି କଟକ ଓ ଭୁବନେଶ୍ୱର ଅଞ୍ଚଳରେ ଅପରାହ୍ନରୁ ବିଳମ୍ବିତ ସନ୍ଧ୍ୟା ମଧ୍ୟରେ ବଜ୍ରପାତ ସହ ଅସରାଏ, ଦୁଇଅସରା ହାଲୁକା ଧରଣର କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାର ପାଣିପାଗ ବିଭାଗ କହିଛି ।
ସେହିପରି ସେପ୍ଟେମ୍ବର ମାସର ଏଯାବତ ରାଜ୍ୟରେ ୩୧୫.୯ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୨୨୦.୬ ମିମି ତୁଳନାରେ ୪୩ ପ୍ରତିଶତ ଅଧିକ ରହିଛି । ଏହି ୨୭ ଦିନର ବର୍ଷା, ସେପ୍ଟେମ୍ବର ମାସର ସ୍ୱାଭାବିକ ବର୍ଷା ୨୩୫.୭ ମିମି ତୁଳନାରେ ୩୪ ପ୍ରତିଶତ ଅଧିକ ରହିଛି ।

ଉପଗ୍ରହରୁ ଜଳୀୟବାଷ୍ପ ସମ୍ଭନ୍ଧୀତ ଉତ୍ତୋଳନ ହୋଇଥିବା ଚିତ୍ର ଅନୁଯାୟୀ ଦେଶର ଉତ୍ତର-ପଶ୍ଚିମ ଭାଗର କିଛି ଅଞ୍ଚଳରେ ବାୟୁମଣ୍ଡଳରେ ଜଳୀୟବାଷ୍ପର ମାତ୍ରା ଦୃଷ୍ଟନ୍ତ ମୂଳକ ଭାବେ କମିଛି । ଯାହା ମୌସୁମୀ ଅପସାରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛି ।
ରାଜ୍ୟ ଉପରେ ମୌସୁମୀର ପ୍ରଭାବ ଦୁର୍ବଳ ଅବସ୍ଥାରେ ରହିଛି । ଅନ୍ୟପଟେ ବାୟୁମଣ୍ଡଳର ୧.୫ କିମି ଉଚ୍ଚତାରେ ଏକ ଗୁରୁଚାପ ବଳୟ ସକ୍ରିୟ ରହିଛି ।












Click it and Unblock the Notifications