ପୁଣି ଆସୁଛି ଲଘୁଚାପ: ଅତି ପ୍ରବଳ ବର୍ଷା ସମ୍ଭାବନା, ଭିଜିବ ଓଡ଼ିଶା

ଭୁବନେଶ୍ୱର: ପୁଣି ଭିଜିବ ଓଡ଼ିଶା । ସେପ୍ଟେମ୍ବର ଶେଷରେ ହେବ ବଡ ବର୍ଷା । ୨୯ ତାରିଖରେ ଅଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି । ଉତ୍ତର ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।

ପରବର୍ତ୍ତୀ ୨୪ ଘଣ୍ଟା ଭିତରେ ଏହା ଘନୀଭୂତ ହୋଇ ଲଘୁଚାପ ରୂପ ନେବା ବୋଲି ପୁର୍ବାନୁମାନ କରିଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଅଧିକ ଘନୀଭୂତ ହେବା ସମ୍ଭାବନା ଅଛି । ଫଳରେ ଅକ୍ଟୋବର ପହିଲାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।

ଏହି ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ଏହା ଘନୀଭୂତ ହେବା ପାଇଁ ପାଗ ଅନୁକୂଳ ରହିଛି । ଏହା ଘନୀଭୂତ ହୋଇ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଦେଖିବାକୁ ମିଳିବ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି ।

ଲଘୁଚାପ କେତେ ଘନୀଭୂତ ହେବ ? ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ । ଅବପାତ, ଗଭୀର ଅବପାତ ନା ବାତ୍ୟାରେ ପରିଣତ ହେବ ? ଯଦି ଏହା ଅଧିକ ଘନୀଭୂତ ହେବ, କେଉଁଆଡ଼େ ଗତି କରିବ ? ତାହା ଏଯାବତ୍‌ ସ୍ପଷ୍ଟ ହୋଇନାହିଁ ।

RAIN

ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଗତକାଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏ ନେଇ ପ୍ରତିକ୍ରିୟା ରଖିଥିଲେ । IMD ଡିଜି ସୂଚନା ଦେଇଛନ୍ତି ଯେ, ବାତ୍ୟା ନେଇ ଏବେ କୌଣସି ସୂଚନା ନାହିଁ । ବଙ୍ଗୋପସାଗରରେ ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ହୋଇପାରେ । ଲଘୁଚାପ ପରେ ଏହା ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । କିନ୍ତୁ ଏହାପରେ ବାତ୍ୟା ହେବା ନେଇ ଏଯାଏ କୌଣସି ସୂଚନା ହସ୍ତଗତ ହୋଇନି । ବାତ୍ୟା ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା IMD ଜାରି କରି ନାହିଁ ।

ପୁଣି ଏକ ଲଘୁଚାପ ଆସନ୍ତା ୬ ତାରିଖବେଳକୁ ସୃଷ୍ଟି ହୋଇପାରେ । ଏହା ମିଆଁମାର ଦକ୍ଷିଣ ଉପକୂଳରେ ସୃଷ୍ଟି ହେବା ପରେ ଆଣ୍ଡାମାନ ସାଗର ଦେଇ ଆଗକୁ ବଢ଼ିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+