ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର; ଆସନ୍ତାକାଲି ସକାଳ ସୁଦ୍ଧା ଅବପାତରେ ପରିଣତ ହେବାର ସମ୍ଭାବନା

ବଙ୍ଗୋପସାଗରରେ ସକ୍ରିୟ ହେଲାଣି ଲଘୁଚାପ କ୍ଷେତ୍ର । ଗତକାଲି ତୁଳନାରେ ଆଜି ବଙ୍ଗୋପସାଗର ମଧ୍ୟରେ ସକ୍ରିୟ ଲଘୁଚାପ କ୍ଷେତ୍ର ନିକଟରେ ପବନର ଘୂର୍ଣ୍ଣୟମାନ ବେଗରେ ବୃଦ୍ଧି ହୋଇଛି । ଆସନ୍ତାକାଲି ସକାଳ ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ।

ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ। ଦକ୍ଷିଣ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୩୫ରୁ ୪୫ କିଲୋମିଟର ବେଗରେ ବହିବ ପବନ। ୨୪ ତାରିଖ ସକାଳ ବେଳକୁ ପବନର ବେଗ ସମୁଦ୍ରରେ ଅଧିକ ରହିବ।

ପରବର୍ତ୍ତୀ ସମୟରେ ଏହା ଉତର-ପୂର୍ବ ଦିଗରେ ଗତି କରି ଆହୁରି ଘନୀଭୂତ ହୋଇପାରେ । ଏହାର ଚାରିପାଖରେ ବାଦଲ ଏକତ୍ରିକରଣ ବୃଦ୍ଧି ପାଉଥିବାରୁ ଏହା ଅଧିକ ଘନୀଭୂତ ହେଉଛି । ଏହାର ପ୍ରଭାବରେ ୨୫ ଓ ୨୬ ତାରିଖରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହୋଇପାରେ ।

ସେପଟେ ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଗୁଳୁଗୁଳି ସହ ଗ୍ରୀଷ୍ମ ପ୍ରବାହ ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

odisha weather news

ଏହାକୁ ଦୃଷ୍ଟିରେ ରଖି ୨୩ ତାରିଖରୁ ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ଯେଉଁମାନେ ସମୁଦ୍ରରେ ଅଛନ୍ତି ଫେରି ଆସିବାକୁ ସତର୍କ କରାଯାଇଛି। ଆଜିଠୁ ୨୫ ତାରିଖ ପର୍ଯ୍ୟନ୍ତ କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହୋଇପାରେ। ୨୫ ତାରିଖରେ ପ୍ରବଳ ବର୍ଷା ନେଇ ବାଲେଶ୍ୱର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+