ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର: ୫ ଦିନ ଯାଏ ରାଜ୍ୟରେ ଅନେକ ହାଲୁକାରୁ ମଧ୍ୟମ ଧରଣର ବର୍ଷା
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଘୂର୍ଣ୍ଣିବଳୟ ପ୍ରଭାବରେ ଗାଙ୍ଗେୟ ପଶ୍ଚିମବଙ୍ଗରେ ଲଘୁଚାପ କ୍ଷେତ୍ର । ୨/୩ ଦିନରେ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ମୁହାଁଇବ । ଏହାରି ପ୍ରଭାବରେ ଆସନ୍ତା ୫ଦିନ ଯାଏ ରାଜ୍ୟରେ ଅନେକ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ କାଁ ଭାଁ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୨୪ ଘଣ୍ଟାରେ ୧୮ ଜିଲ୍ଲା ର କିଛି ସ୍ଥାନରେ ପ୍ରବଳ ଅର୍ଥାତ୍ ୭ ରୁ ୧୧ ସେମି ବର୍ଷାର ଆଶଙ୍କା ରହିଛି।
ଭଦ୍ରକ, ବାଲେଶ୍ୱରରେ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା ,କଟକ ନୟାଗଡ, ପୁରୀ , ମୟୁରଭଂଜ, କେନ୍ଦୁଝର, ସୁନ୍ଦରଗଡ, ଅନୁଗୁଳ ଢେଙ୍କାନାଳ , ଗଂଜାମ, କୋରାପୁଟ ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ଆସନ୍ତାକାଲି ଭଦ୍ରକ , ବାଲେଶ୍ୱର, ଯାଜପୁର ,ଢେଙ୍କାନାଳ , ମୟୁରଭଂଜ, କେଉଁଝର, ଅନୁଗୁଳ, ସୁନ୍ଦରଗଡ଼, ଦେଓଗଡ, ଝାରସୁଗୁଡା, ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୧୯ ତାରିଖ ଯାଇ ଏଭଳି ବର୍ଷା ଲାଗିରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଅନ୍ୟପଟେ ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୬୫୪.୪ ମିମି ବର୍ଷା ରେକର୍ଡ ହୋଇଛି। ଏବେବି ୧୧ ପ୍ରତିଶତ ନିଅଁଟିଆ ବର୍ଷା ରହିଛି। ୭୩୭ .୧ ମିମି ବର୍ଷା ସ୍ୱାଭାବିକ ରହିବା କଥା । ୩ ଜିଲ୍ଲାରେ ସ୍ଵଭାଵିକଠୁ ଅଧିକ ବର୍ଷା ରହିଥିବା ୧୬ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ ବାକି ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି।












Click it and Unblock the Notifications