Odisha Heat Wave: ରାଜ୍ୟର ୨୯ ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ, ୪୩.୬ ଡିଗ୍ରୀ ସହ ବାରିପଦା ସର୍ବାଧିକ ଉତ୍ତପ୍ତ ସହର

ଆହୁରି ବଢ଼ିବ ତାପମାତ୍ରା । ୪୫ ଡିଗ୍ରୀ ଛୁଇଁପାରେ ତାପମାତ୍ରା । ଆଗାମୀ ୨ ଦିନ ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ । ୧୮ରୁ ୨୦ ତାରିଖ ମଧ୍ୟରେ ଶିଖର ଛୁଇଁପାରେ ଗ୍ରୀଷ୍ମଲହରୀ। କିଛି ଅଞ୍ଚଳରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ଆକଳନ ହୋଇଛି । ତାପମାତ୍ରା ବଢ଼ିବା ନେଇ ଆକଳନ କଲା ପାଣିପାଗ ବିଭାଗ।

ମଙ୍ଗଳବାର ରାଜ୍ୟର ୨୯ ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ୧୮ ସହରରେ ୪୧ ଡ଼ିଗ୍ରୀ କିମ୍ବା ଅଧିକ ଦିନ ତାପମାତ୍ରା ରେକର୍ଡ କରାଯାଇଛି । ୪୩.୬ ଡିଗ୍ରୀ ସହ ବାରିପଦା ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି । ନୂଆପଡ଼ା ଓ ପାରଳାଖେମୁଣ୍ଡି ୪୨.୪, ତାଳଚେର ଓ ବୌଦ୍ଧ ୪୨, ଭୁବନେଶ୍ୱର ଓ ମାଲକାନଗିରି ୪୧.୯ ଓ କଟକ ୪୦.୮ ରହିଛି ।

ରାଜ୍ୟରେ ଆଗକୁ ମଧ୍ୟ ଏଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିବ। ସେଥିପାଇଁ ପାଣିପାଗ ବିଭାଗ ଆସନ୍ତା ୫ ଦିନ ପାଇଁ ଗ୍ରୀଷ୍ମ ପ୍ରବାହ (Heat Wave) ଓ ଉଷ୍ମ-ଆଦ୍ର (Hot and Humid) ସ୍ଥିତି ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ତେବେ ୨୦ ତାରିଖ ବେଳକୁ ପାଗରେ ସାମନ୍ୟ ପରିବର୍ତ୍ତନ ଆସିପାରେ । ୨୧ ଓ ୨୨ ତାରିଖରେ ମଧ୍ୟ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ।

Odisha weather news

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ବର୍ତ୍ତମାନ ରାଜ୍ୟ ମଧ୍ୟକୁ ଉତ୍ତର-ପଶ୍ଚିମ ତଥା ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହିତ ହେଉଛି। ଏହାର ପ୍ରଭାବରେ ଆଗାମୀ ତିନି ଦିନ ମଧ୍ୟରେ ଦିନର ତାପମାତ୍ରା ଆହୁରି ୨ରୁ ୪ ଡିଗ୍ରୀ ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ପାଣିପାଗ ବିଭାଗ ପକ୍ଷରୁ କରାଯାଇଥିବା ପୂର୍ବାନୁମାନ ଅନୁଯାୟୀ, ୧୮ ତାରିଖରେ ଟିଟିଲାଗଡ଼, ବଲାଙ୍ଗିର, ବୌଦ୍ଧ ଓ ଝାରସୁଗୁଡ଼ାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀ ରହିପାରେ। ମାଲକାନଗିରି, ସୋନପୁର, ଭବାନୀପାଟଣା, ନୟାଗଡ଼ ଓ ବାରିପଦାରେ ତାପମାତ୍ରା ୪୪ ଡିଗ୍ରୀ ଏବଂ ପାରଳାଖେମୁଣ୍ଡି, ଭୁବନେଶ୍ୱର, ଅନୁଗୋଳ ଓ ନୂଆପଡ଼ାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରୀ ରହିପାରେ ।

୧୯ ତାରିଖରେ ଟିଟିଲାଗଡ଼, ଭବାନୀପାଟଣା, ମାଲକାନଗିରି, ବଲାଙ୍ଗିର, ବୌଦ୍ଧ, ନୟାଗଡ଼, ଝାରସୁଗୁଡ଼ା ଓ ଅନୁଗୋଳରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀ ରହିପାରେ। ନୂଆପଡ଼ା, ସୋନପୁର ଓ ବାରିପଦାରେ ତାପମାତ୍ରା ୪୪ ଡିଗ୍ରୀ ଏବଂ ରାୟଗଡ଼ା, ପାରଳାଖେମୁଣ୍ଡି, ସମ୍ବଲପୁର, ଭୁବନେଶ୍ୱର, ଯାଜପୁର, ସୁନ୍ଦରଗଡ଼ ଓ ରାଉରକେଲା ୪୩ ଡିଗ୍ରୀ ରହିବାର ସମ୍ଭାବନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+