Odisha Weather: ଏପ୍ରିଲ୍‌ରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା, ଠିକ୍ ସମୟରେ ଆସିବ ମୌସୁମୀ

ଏପ୍ରିଲରେ ସ୍ୱାଭାବିକଠାରୁ ଅଧିକ ବର୍ଷା । ମେ ଓ ଜୁନ୍‌ ମାସରେ ମଧ୍ୟ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ମାତ୍ର ଜୁଲାଇରେ ସ୍ୱାଭାବିକଠାରୁ କମ୍‌ ବର୍ଷା ହୋଇପାରେ ।

ଜୁନ୍‌ ମାସରେ ଠିକ୍‌ ସମୟରେ ମୌସୁମୀ ଆସିବାର ସମ୍ଭାବନା ଅଛି । ବର୍ଷାର ସମ୍ଭାବ୍ୟ ସ୍ଥିତି ଓ ମୌସୁମୀ ଆଗମନକୁ ନେଇ ଏଭଳି ପ୍ରାଥମିକ ଆକଳନ କରିଛନ୍ତି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ର ନାଥ ପଶୁପାଳକ ।

Odisha Weather More than normal rainfall in April monsoon will arrive on time

ଡ. ପଶୁପାଳକ ଆକଳନ କରି କହିଛନ୍ତି, ଏପ୍ରିଲ ଆରମ୍ଭରେ ନିନୋର ସମୁଦ୍ର ପତ୍ତନ ତାପମାତ୍ରା ୦.୧ଡିଗ୍ରୀ ସେଲସିୟସ୍‌ ରହିଥିଲା। ଆସନ୍ତା ଜୁନ୍‌ ପର୍ଯ୍ୟନ୍ତ ଏହା ୦.୫ ଡିଗ୍ରୀ ସେଲସିୟସ୍‌ ପାଖାପାଖି ରହିବ ।

ସେପ୍ଟେମ୍ବର ଯାଏ ୦.୮ ଡିଗ୍ରୀ ଅତିକ୍ରମ କରିବା ସମ୍ଭାବନା ୪୦%ରୁ କମ୍‌ । ଏପ୍ରିଲ ଓ ମେ ମାସରେ ଇଏନ୍‌ଏସଓ ନିଉଟ୍ରାଲ ଅବସ୍ଥାରେ ରହିବାର ଶତ ପ୍ରତିଶତ ସମ୍ଭାବନା ଅଛି । ଜୁନ୍‌ ମାସରେ ୯୫% ରହିବ । ଏହା କ୍ରମଶଃ କମି ସେପ୍ଟେମ୍ବର ସୁଦ୍ଧା ନିଉଟ୍ରାଲ ଅବସ୍ଥାକୁ ଖସିପାରେ । ଏବର୍ଷ ମୌସୁମୀ ଯାଏ ଏଲ୍‌ନିନୋ ଆସିବନି ।

ସାଧାରଣତଃ ଏଲ୍‌ନିନୋ ସମୟରେ ମୌସୁମୀ ବର୍ଷା କମିଥାଏ ବୋଲି ଡ. ପଶୁପାଳକ କହିଛନ୍ତି । ମୌସୁମୀକୁ ପ୍ରଭାବିତ କରୁଥିବା ଦ୍ୱିତୀୟ କାରକ ହେଲା ଆଇଓଡି(ଇଣ୍ଡିଆନ ଓସେନ୍‌ ଡାଏପୋଲ୍‌) । ଏପ୍ରିଲ ଆରମ୍ଭରେ ଆଇଓଡି ସୂଚକାଙ୍କ ତ୍କ୦.୪ ଡିଗ୍ରୀ ଥିଲା। ମେ ମାସ ପରେ କ୍ରମଶଃ କମିବ । ଅଗଷ୍ଟ ଓ ସେପ୍ଟେମ୍ବର ବେଳକୁ ଏହା ବିଯୁକ୍ତ - ୦.୪ ଡିଗ୍ରୀରେ ପହଞ୍ଚିପାରେ । ଆଇଓଡି ପଜିଟିଭ୍‌ ରହିଲେ ମୌସୁମୀ ବର୍ଷା ଭଲ ହୁଏ । କିନ୍ତୁ ଏହାର ସମ୍ଭାବନା ମୌସୁମୀ ବେଳେ କମ୍‌ ରହିଛି ବୋଲି ସେ କହିଛନ୍ତି ।

ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ, ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି । ଏହା ଦକ୍ଷିଣ ପଶ୍ଚିମ ପାଶ୍ୱର୍ବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଛି । ଏହା ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ମୁହାଁଇବ । ଆସନ୍ତା ୨୪ ଘଣ୍ଟାରେ ଦିଗ ପରିବର୍ତ୍ତନ କରି ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରିବ । କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଧୀରେ ଧୀରେ ଦୁର୍ବଳ ହୋଇଯିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ଆସନ୍ତା ୧୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+