ସାରା ରାଜ୍ୟକୁ ଛୁଇଁଲା ମୌସୁମୀ; ସମସ୍ତ ଜିଲ୍ଲାରେ ବର୍ଷା, ୨୬ ତାରିଖରୁ ବଢିବ ବର୍ଷା

ସାରା ରାଜ୍ୟକୁ ଛୁଇଁଲା ମୌସୁମୀ । ପୂର୍ବରୁ ୨୪ଟି ଜିଲ୍ଲାକୁ ଛୁଇଁଥିବା ବେଳେ ଏବେ ଆଉ ୬ଟି ଜିଲ୍ଲାକୁ ସଂପୂର୍ଣ୍ଣ ଛୁଇଁଛି । ମୌସୁମୀ ପ୍ରଭାବରେ ୨୬ ତାରିଖରୁ ବର୍ଷାର ପରିମାଣ ବଢିବ । ଆଜି ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି ।

ଆସନ୍ତାକାଲି ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା ଜିଲ୍ଲାରେ ବର୍ଷା ହୋଇପାରେ । ସେହିପରି ୨୬ ତାରିଖରେ ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୭ ତାରିଖରେ ମଧ୍ୟ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ଜୁନ ୧ରୁ ଅଦ୍ୟାବଧି ରାଜ୍ୟରେ ୮୮.୭ ମିଲିମିଟର ବର୍ଷା ହୋଇଛି। ଏହା ସ୍ୱାଭାବିକ ଠାରୁ ୩୯% କମ୍। ୨୧ ଜିଲ୍ଲାରେ ୫୯% କମ୍‌ ବର୍ଷା ହୋଇଛି। ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ, ଜଗତସିଂହପୁର ଓ ଢେଙ୍କାନାଳରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ ପୁରୀ, ମୟୂରଭଞ୍ଜ, ବାଲେଶ୍ୱର, ଓ ବଲାଙ୍ଗୀରରେ ନିଅଣ୍ଟିଆ ବର୍ଷା ହୋଇଥିବା‌ ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଡ. ସଞ୍ଜୀବ ଦ୍ବିବେଦୀ ସୂଚନା ଦେଇଛନ୍ତି।

Odisha Weather

ଜୁନ ୮ରେ ଓଡ଼ିଶା ଛୁଇଁଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ସାରା ରାଜ୍ୟରେ ସକ୍ରିୟ ହୋଇଥିଲା‌। ଏହାର ପ୍ରଭାବରେ ଭୁବନେଶ୍ବର ସମେତ ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଥିଲା। ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ଫୁଲବାଣୀରେ ସର୍ବାଧିକ ୫୧.୪ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ମାଲକାନାଗିରିରେ ୪୮.୨, ନବରଙ୍ଗପୁରରେ ୩୦, ଖୋର୍ଦ୍ଧାରେ ୨୫, ହୀରାକୁଦରେ ୧୪.୮ ମିମି ଓ ଅନ୍ୟ ସମସ୍ତ ଜିଲ୍ଲାରେ ବର୍ଷା ହୋଇଛି। ଆଜି ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା ଚାନ୍ଦବାଲିରେ ସର୍ବାଧିକ ୩୧.୨ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ବାରିପଦାରେ ୧୫.୨, ରାୟଗଡ଼ାରେ ୧୨.୬, ହୀରାକୁଦରେ ୧୨.୨, ଦାରିଙ୍ଗିବାଡ଼ିରେ ୧୨ ମିମି ବର୍ଷା ହୋଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଟ୍ବିନ୍‌ସିଟିରେ ମେଘୁଆ ପାଗ ସହ ବର୍ଷା ହେବା ନେଇ କେନ୍ଦ୍ର ପୂର୍ବାନୁମାନ କରିଛି।

୨୬ ତାରିଖରୁ ରାଜ୍ୟରେ ବର୍ଷା ବଢ଼ିବ। ୩ ଦିନ ପାଇଁ ରାଜ୍ୟର କେତେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସୋମବାର ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ ଓ ରାୟଗଡ଼ା ଆଦି ୧୮ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଓ ୩୦ରୁ ୪୦ କିମି ବେଗରେ ପବନ ହେବା ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମଙ୍ଗଳବାର ଝାରସୁଗୁଡ଼ା, ରାୟଗଡ଼ା, କେନ୍ଦୁଝର, ସୁନ୍ଦରଗଡ଼ ଓ କନ୍ଧମାଳ ପାଇଁ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ବୁଧବାର ୧୧ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା କରି ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ବିଶେଷ କରି ବଜ୍ରପାତ ପାଇଁ ସତର୍କ ରହିବାକୁ କୁହାଯାଇଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+