Odisha Weather: ଫେରୁଛି ମୌସୁମୀ, 3 ଦିନ ବର୍ଷା ୱାର୍ଣ୍ଣିଂ

ସମୟ ପୂର୍ବରୁ ପ୍ରତ୍ୟାବର୍ତ୍ତନ କରିଛି ମୌସୁମୀ । ଦେଶରୁ ବିଦାୟ ନେଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ନିର୍ଦ୍ଧାରିତ ସମୟର 17 ତାରିଖ ପୂର୍ବରୁ ପଶ୍ଚିମ ରାଜସ୍ଥାନର କିଛି ଅଞ୍ଚଳରୁ ଆଜି (14 ସେପ୍ଟେମ୍ବ)ରେ ବିଦାୟ ନେଇଛି ମୌସୁମୀ ବାୟୁ । ଏହାପରେ ଧୀରେ ଧୀରେ ଦେଶରୁ ମୌସୁମୀ ବାୟୁ ଅପସରିବା ପ୍ରକ୍ରିୟା ଆରମ୍ଭ ହେବ । ଆଗାମୀ 2-3 ମଧ୍ୟରେ ରାଜସ୍ଥାନର ଆଉ କିଛି ଅଞ୍ଚଳ ସହ ପଞ୍ଜାବ ଓ ଗୁଜୁରାଟରୁ ମୌସୁମୀ ଫେରବି ପାଇଁ ପାଗ ଅନୁକୂଳ ରହିବ । ଏନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ।

ଏପଟେ ଲଘୁଚାପ ଓ ଟ୍ରପ ଲାଇନ ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷା ପାଇଁ କିଛି ଜିଲ୍ଲାକୁ ଚେତାବନୀ ରହିଛି । ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡିଶାର କିଛି ସ୍ଥାନରେ ବର୍ଷାର ପରିମାଣ ଅଧିକ ଦେଖିବାକୁ ମିଳିବ । ଆଗାମୀ ୩ ଦିନ ଯାଏଁ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟାରେ ସାରା ଓଡ଼ିଶାରେ ହାଲୁକରୁ ମାଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ବେଳେ ପ୍ରବଳ ଵର୍ଷାକୁ ନେଇ କଳାହାଣ୍ଡି ଓ ନବରଙ୍ଗପୁରକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Monsoon is returning 3-day rain warning

ସେହିପରି ଆସନ୍ତାକାଲି ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ୧୮ ଜିଲ୍ଲାରେ ହାଲୁକରୁ ମାଧ୍ୟମ ଧରଣର ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଢେଙ୍କାନାଳ, ଅନୁଗୋଳ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସହ ପ୍ରବଳ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହାସହ 30-40 କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।

16 September Rain Alert:

୧୬ ତାରିଖରେ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଢେଙ୍କାନାଳ, ଅନୁଗୋଳ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସହ ପ୍ରବଳ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ସବୁ ଜିଲ୍ଲାରେ 30-40 କିମି କିମି ପବନ ବହିବାର ସମ୍ଭାବନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+