Odisha Weather: ରାଜ୍ୟରେ ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ

ଦିନରେ ଖରା, ରାତିରେ ଶୀତ । ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ରାଜ୍ୟକୁ ପ୍ରବେଶ କରୁଛି । ରାତି ତାପମାତ୍ରା ବୃଦ୍ଧି ସହ ଶୀତର ପ୍ରକୋପ କମିବା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାତିରେ ଶୀତ ଅନୁଭୂତ ହେଉଥିଲେ ମଧ୍ୟ ଦିନରେ ଖରା ପ୍ରକୋପ ବଢୁଛି । ପଶ୍ଚିମ ତଥା ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା କେତେକ ସ୍ଥାନରେ ୧୦ ଡିଗ୍ରୀ ତଳେ ରହିଛି । ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ରାଜ୍ୟରେ ସବୁଠୁ କମ୍ ୯ ଡିଗ୍ରୀ ଥିବାବେଳେ ଫୁଲବାଣୀରେ ୯.୫ ଡିଗ୍ରୀ, ରାଉରକେଲାରେ ୯.୬, ଝାରସୁଗୁଡ଼ାରେ ୧୦.୨, ସେମିଳିଗୁଡ଼ାରେ ୧୦.୬, କିରେଇରେ ୧୧.୬, ଚିପିଲିମାରେ ୧୧.୯, ସୁନ୍ଦରଗଡ଼ରେ ୧୨.୨, କେନ୍ଦୁଝରରେ ୧୩.୧, ହୀରାକୁଦରେ ୧୩.୩, ସୁବର୍ଣ୍ଣପୁରରେ ୧୩.୫ ଏବଂ ସମ୍ବଲପୁରରେ ୧୩.୮ ଡିଗ୍ରୀ ରେକର୍ଡ଼ କରାଯାଇଛି। ଭୁବନେଶ୍ବରରେ ସର୍ବନିମ୍ନ ତାପମାତ୍ରା ୧୭.୯ ଏବଂ କଟକରେ ୧୮ ଡିଗ୍ରୀ ରହିଛି।

odisha weather

ସେହିପରି ଦିନ ତାପମାତ୍ରା ୪ଟି ସ୍ଥାନରେ ୩୫ ଡିଗ୍ରୀ ଅତିକ୍ରମ କରିଛି। ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୩୫.୬ ଡିଗ୍ରୀ, ସୁନ୍ଦରଗଡ଼ରେ ୩୫.୪, ବଲାଙ୍ଗୀର ଏବଂ ପାରଳାଖେମୁଣ୍ଡିରେ ୩୫.୨ ଡିଗ୍ରୀ ଲେଖାଏଁ ରେକର୍ଡ଼ ହୋଇଛି। ଭୁବନେଶ୍ବରରେ ୩୩.୫ ଏବଂ କଟକରେ ୩୧.୬ ଡିଗ୍ରୀ ରହିଛି। ତେବେ ଆସନ୍ତା ୨ ଦିନରେ ସର୍ବନିମ୍ନ ତାପମାତ୍ରା ୨-୩ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଥିବାରୁ ଶୀତ ପ୍ରକୋପ ହ୍ରାସ ପାଇବା ସମ୍ଭାବନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+