Odisha Weather: ଖୋର୍ଦ୍ଧାରେ ସର୍ବାଧିକ ବର୍ଷା , ଦୁର୍ବଳ ହେଉଛି ଅବପାତ

ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି । ଘଣ୍ଟା ପ୍ରତି ଏହା ୭ କିଲୋମିଟର ଗତିରେ ପୂର୍ବ ଉତ୍ତର ପୂର୍ବ ଦିଗରେ ଗତି କରୁଛି । ଏହା ବର୍ତ୍ତମାନ ଗୋପାଳପୁରଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୬୦୦ କିଲୋମିଟର ଦୂରରେ ରହିଛି । ଏହି ଅବପାତଟି ଆସନ୍ତା ୧୨ ଘଣ୍ଟା ଭିତରେ ଦୁର୍ବଳ ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଖୋର୍ଦ୍ଧାରେ ସର୍ବାଧିକ ୭୫ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଜଗତସିଂହପୁର ୬୧.୨, ପାରାଦୀପ ୬୧.୧, ଗୋପାଳପୁର ୫୮.୬ ମିମି ପାରଳାଖେମୁଣ୍ଡି ୫୩ ମିଲିମିଟର ବର୍ଷା ହୋଇଛି । ସେହିପରି ଛତ୍ରପୁରରେ ୫୧.୮, ଭୁବନେଶ୍ୱର ୫୧.୬, ନୟାଗଡ଼ ୪୯, ପୁରୀ ୪୦.୫ , ରାୟଗଡ଼ାରେ ୩୫.୬, କଟକ ୩୩.୪ ଏବଂ ଦାରିଙ୍ଗିବାଡ଼ି ୩୦ ମିମି ବର୍ଷା ରେକର୍ଡ କରାଯାଇଛି ।

Odisha Weather

ଲଘୁଚାପ ପ୍ରଭାବରେ ଗତକାଲିଠୁ ରାଜ୍ୟରେ ବର୍ଷା ଜାରି ରହିଛି । ଆଜି ବି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟରେ ୨୪ ଘଣ୍ଟାରେ ଖୋର୍ଦ୍ଧାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଟ୍ୱିନ୍ ସମେତ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ପାରାଦୀପରେ ଗତକାଲିଠୁ ଲଘୁଚାପଜନିତ ବର୍ଷା ଲାଗିରହିଛି। ଫଳରେ ଜୀବନଯାତ୍ରା ପ୍ରଭାବିତ ହୋଇଛି । କିଛି କିଛି ସ୍ଥାନରେ ପାଣି ଜମି ରହିଛି । ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ସହ ୫୦ରୁ ୬୦ କିଲୋମିଟର ବେଗରେ ପବନ ବୋହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଏଥିପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ନେହରୁବଙ୍ଗଳା, ଷଣ୍ଢକୁଦ, ନୂଆବଜାର, ଅଠରବାଙ୍କି ଆଦି ଅଞ୍ଚଳରେ ମାଇକ ବଜାଇ ସତର୍କ ସୂଚନା ଜାରି କରାଯାଇଛି । ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନଯିବା ପାଇଁ କୁହାଯାଇଛି । ଯେଉଁମାନେ ସମୁଦ୍ରରେ ଅଛନ୍ତି କୂଳକୁ ଫେରି ଆସିବାକୁ ନିବେଦନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+