୨୪ ଘଣ୍ଟା ଭିତରେ ଲଘୁଚାପ; ଗତକାଲିର ଘୂର୍ଣ୍ଣିବଳୟ ଆଣ୍ଡାମାନ ସାଗର ଓ ଆଖପାଖରେ ସକ୍ରୀୟ

୨୪ ଘଣ୍ଟା ଭିତରେ ଲଘୁଚାପ । ଗତକାଲିର ଘୂର୍ଣ୍ଣିବଳୟ ଆଣ୍ଡାମାନ ସାଗର ଓ ଆଖପାଖରେ ସକ୍ରୀୟ। ପ୍ରଭାବରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସମ୍ଭାବନା । ଆସନ୍ତା ୨୪ ଘଣ୍ଟା ଭିତରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା। ଏହାପରେ ଉତ୍ତରପଶ୍ଚିମ ଦିଗକୁ ଗତି କରି ଅଧିକ ଘନିଭୂତ ହେବ। ୨୩ ତାରିଖ ବେଳକୁ ଅବପାତର ରୂପ ନେବା ନେଇ ଆକଳନ।

odisha weather

ଏହାର ପ୍ରଭାବରେ ୨୧ ତାରିଖରୁ ସମୁଦ୍ର ଅଶାନ୍ତ ହୋଇପଡିବ । ତେଣୁ ସମୁଦ୍ର ଭିତରକୁ ଯିବା ନେଇ ମତ୍ସ୍ୟଜୀବୀଙ୍କୁ ବାରଣ କରିଛି ପାଣିପାଗ ବିଭାଗ । ପ୍ରଭାବରେ ୨୩ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉପକୂଳ ଓ ଓ ଆଭ୍ୟନ୍ତରୀଣ ଓ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ଲଘୁଚାପର ରୂପ ନେବା ପରେ ବାତ୍ୟାର ଚିତ୍ର ସ୍ପଷ୍ଟ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାର ପ୍ରଭାବରେ ଆସନ୍ତା ୨୩ ତାରିଖରୁ ୩ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଶେଷ କରି ଉପକୂଳ ଓଡ଼ିଶା ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ୨୩, ୨୪ ଓ ୨୫ ତାରିଖ ମଧ୍ୟରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ବାତ୍ୟା ନେଇ ପାଣିପାଗ ବିଭାଗ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ଆକଳନ କରାଯାଇ ନାହିଁ। ଲଘୁଚାପ ସୃଷ୍ଟି ହେବା ପରେ ଏ ନେଇ ଚିତ୍ର ସ୍ପଷ୍ଟହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଏବେ ବାତ୍ୟା ଆକଳନ କରିହେବନି। ଲଘୁଚାପକ୍ଷେତ୍ର ହେବା ପରେ ଏହାର ଗତି ଓ ସ୍ଥିତି ନେଇ କିଛିଟା ଚିତ୍ର ସ୍ପଷ୍ଟହେବ। ଆସନ୍ତା ୨୨ରୁ ବଙ୍ଗୋପସାଗର ଅଶାନ୍ତ ରହିବ। ୨୧ ସୁଦ୍ଧା ମତ୍ସ୍ୟଜୀବୀଙ୍କୁ ସ୍ଥଳଭାଗକୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି। ୨୩ରୁ ୨୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ବିଶେଷକରିଉପକୂଳ ଓ ଆଭ୍ୟନ୍ତରୀଣଓଡ଼ିଶାରବିଭିନ୍ନ ଜିଲାରେ ବର୍ଷା ହୋଇପାର ଯେହେତୁଅକ୍ଟୋବରମସବାତ୍ୟାକୁସୁହାଇଥାଏ। କେତେକ ପାଣିପାଗ ମଡେଲ୍‌ ଏହାକୁ ପୂର୍ବାନୁମାନକରିଛନ୍ତତଥାପିଏବେବାତ୍ୟସ୍ଥିତି ଆକଳନ କରି ହେବନି ବୋଲି ଆଇଏମ୍‌ଡି ଡିଜି କହିଛନ୍ତି।
ଅନ୍ୟପକ୍ଷରେ ଆସନ୍ତା ଦୁଇ ତିନି ଦିନ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ। କେଉଁଠି ଅସରାଏ କିମ୍ବା ଦି' ଅସରା ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ଝଡ଼ବର୍ଷା ହୋଇପାରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+