Odisha Weather: ଅବପାତରେ ପରିଣତ ହେଲା ଲଘୁଚାପ: ରାଜ୍ୟରେ ଲାଗି ରହିଛି ବର୍ଷା, ଚିନ୍ତାରେ ଚାଷୀ
ରାଜ୍ୟର ଅଧିକାଂଶ ଜିଲାରେ ଲାଗି ରହିଛି ତୁହାକୁ ତୁହା ବର୍ଷା ସହ କୋହଲା ପାଗ । ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହେବା ପରେ କ୍ରମେ ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଆନ୍ଧ୍ର ଉପକୂଳରେ କେନ୍ଦ୍ରୀଭୂତ ହୋଇ ରହିଛି । ଲଘୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଶନିବାର ଡିସେମ୍ବର ୨୧ରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ହେବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
୪ ଜିଲା କେନ୍ଦ୍ରାପଡା, ଗଞ୍ଜାମ, ଗଜପତି, ଜଗତସିଂହପୁରକୁ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାସହ ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର ଓ ଢେଙ୍କାନାଳ, ଅନୁଗୁଳରେ ମଧ୍ୟ ବର୍ଷା ସମ୍ଭାବନା ରହିଛି । ଅନ୍ୟ ସ୍ଥାନରେ ପାଗ କୋହଲା ସହ ମେଘୁଆ ପାଗ ଲାଗି ରହିବ । ଦୁଇ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଥିବା ବେଳେ ୧୯ ଜିଲରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ।

ସେହିପରି ରବିବାର ସକାଳ ଯାଏଁ ରାଜ୍ୟର ଅନେକ ସ୍ଥାନରେ ପାଗ ମେଘୁଆ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଗଞ୍ଜାମ, ଗଜପତି, କେନ୍ଦ୍ରାପଡା, ରାୟଗଡା, କଳାହାଣ୍ଡି, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, ପୁରୀ,ବୌଦ୍ଧ, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ ଓ ଅନୁଗୁଳ ଜିଲାରେ ବର୍ଷା ସମ୍ଭାବନା ରହିଛି । ସେପଟେ ଅଦିନିଆ ବର୍ଷା କାରଣରୁ ଚାଷୀ ମୁଣ୍ଡରେ ହାତ ଦେଇଛ ବସିଛି । ଅନେକ ସ୍ଥାନରେ ଧାନ ଗଛ ସବୁ ବିଲରେ ପଡିଥିବା ବେଳେ ବିକ୍ରି ପାଇଁ ଥିବା ଧାନ ଖଳାରେ ଭିଜୁଛି। ଏଥିପାଇଁ ଚାଷୀ ଚିନ୍ତାରେ ରହିଛନ୍ତି ।
ଲାଗି ରହିଛି ବର୍ଷା:
ଲଘୁଚାପ ପ୍ରଭାବରେ ରାଜ୍ୟରେ ଗତକାଲିଠାରୁ ଲାଗି ରହିଛି ବର୍ଷା । ବିଭିନ୍ନ ଜିଲ୍ଲାରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଆଜି ମଧ୍ୟ ଆକଶ ମେଘାଚ୍ଛନ୍ନ ରହିବା ସହ ବର୍ଷା ଲାଗି ରହିଛି । ଏଭଳି ସ୍ଥିତି ଆଗାମୀ କିଛିଦିନ ପର୍ଯ୍ୟନ୍ତ ଲାଗି ରହିବ। ଆଜି ଉପକୂଳ ଅଞ୍ଚଳ ସହ ଢେଙ୍କାନାଳ, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲିଠାରୁ ରାଜ୍ୟରେ ବିଶେଷ ବର୍ଷା ହେବ ନାହିଁ କିନ୍ତୁ ପାଗ କୋହଲା ରହିବ । ବର୍ଷା ଛାଡ଼ିଲା ପରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପାଗ ମେଘୁଆ ରହିପାରେ । ସମୁଦ୍ର ଭିତରେ ପବନ ରହିପାରେ ତେଣୁ ବନ୍ଦର ପାଇଁ ୩ ନମ୍ବର ବିପଦ ସଙ୍କେତ ସତର୍କତା ଜାରି କରାଯାଇଛି । ବର୍ତ୍ତମାନ ସୁଦ୍ଧା ମତ୍ସ୍ୟଜୀବୀମାନଙ୍କ ପାଇଁ କୌଣସି ସତର୍କତା ଦିଆଯାଇନାହିଁ ।
ବର୍ଷାକୁ ନେଇ ଚିନ୍ତାରେ ଚାଷୀ:
ସେପଟେ ଗତକାଲି ଦିନ ତମାମ ବର୍ଷା ଲାଗି ରହିବାରୁ ଚିନ୍ତାରେ ଚାଷୀ କୂଳ । ବିଭିନ୍ନ ସ୍ଥାନରେ ଗତକାଲି ବର୍ଷା ହୋଇଥିବାରୁ ଚାଷୀ ଧାନ ଚାଷକୁ ସୁରକ୍ଷା ଦେବା ଚିନ୍ତାରେ । ବିଲରେ ରହିଛି ପାଚିଲା ଧାନ, ଆଉ ଦିନ କେଇଟା ପରେ ଅମଳ ହୋଇଥାନ୍ତା, କିନ୍ତୁ ଏହି ଅଦିନିଆ ବର୍ଷା ଯୋଗୁ ପାଚିଲା ଧାନ ଗୁଡିକ ବର୍ଷା ଯୋଗୁ ସହିତ ଗଜା ହୋଇଯିବାର ସମ୍ଭାବନା ଥିବା ଚାଷୀମାନେ କହିଛନ୍ତି । କେହି କେହି ଚାଷୀ ପାଚିଲା ଧାନକୁ ଖଳାକୁ ଆଣି ବର୍ଷା ଧାଉରୁ ରକ୍ଷା ପାଇଁ ଖଳାରେ ଘୋଡାଇ ରଖିଛନ୍ତି ।












Click it and Unblock the Notifications