Odisha Weather: ୨୪ ଘଣ୍ଟାରେ ଆହୁରି ଦୁର୍ବଳ ହେବ ଲଘୁଚାପ, ୨୭ ଯାଏ ବର୍ଷା ସମ୍ଭାବନା

ବର୍ତ୍ତମାନ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ଆସନ୍ତା ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇପାରେ । ମାତ୍ର ବଡ଼ ବର୍ଷା କିମ୍ବା ବିସ୍ତୃତ ଅଞ୍ଚଳ ଭିଜିବା ସମ୍ଭାବନା ନାହିଁ ।

ଉତ୍ତର ଓଡ଼ିଶାର କିଛି ଜାଗାରେ ଘଡ଼ଘଡ଼ି ସହ ୩୦-୪୦ କିମି ବେଗରେ ପବନ ଆଶଙ୍କା ନେଇ ସତର୍କ ସୂଚନା ଜାରି କରାଯାଇଛି । ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଅନୁସାରେ ବର୍ତ୍ତମାନ ବର୍ଷା ପ୍ରକୋପ କମ୍‌ ରହିବ । ତେବେ ୨୪ରୁ ବର୍ଷା ପରିମାଣ ସାମାନ୍ୟ ବଢ଼ିବା ସହ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇପାରେ ।

Odisha Weather

ଏପରିକି ଉତ୍ତର ଓଡ଼ିଶାର କିଛି ଜିଲ୍ଲାର ସ୍ଥାନେ ସ୍ଥାନେ ୨୪ରୁ ପ୍ରବଳ ବର୍ଷା ଆଶଙ୍କା ଅଛି । ୨୬ରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ ।

ଶୁକ୍ରବାର ଦିନତମାମ ରାଜ୍ୟରେ ବିଶେଷ ବର୍ଷା ନଥିଲା । ଭୁବନେଶ୍ୱର ସମେତ ଅନେକ ସ୍ଥାନରେ ପାଗ ଆଂଶିକ ମେଘୁଆ ଥିଲେ ମଧ୍ୟ ପାଗ ଶୁଖିଲା ଥିଲା । ସୁନ୍ଦରଗଡ଼ରେ କାଁ ଭାଁ ହାଲୁକା ବର୍ଷା ହୋଇଥିଲା । ବୌଦ୍ଧ ଓ କୋରାପୁଟ ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ୍‌ ଟପିଥିଲା । ଉପକୂଳ ଓଡ଼ିଶାରେ ଭୁବନେଶ୍ୱର ୩୩.୧ ଓ କଟକ ୩୩.୮ ଡିଗ୍ରୀ ଥିବାବେଳେ ଗୁଳୁଗୁଳି ପ୍ରକୋପ ଅଧିକ ଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+