Odisha Weather: ଆହୁରି ଘନୀଭୂତ ହେଉଛି ଲଘୁଚାପ, ଆଜି ଏହିସବୁ ଜିଲ୍ଲା ସାବଧାନ !

ଆସନ୍ତା ତିନି ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ସମ୍ଭାବନା ରହିଛି । ଦକ୍ଷିଣ ପଶ୍ଚିମ ବାଂଲାଦେଶ ଓ ସଂଲଗ୍ନ ଗାଙ୍ଗେୟ ପଶ୍ଚିମ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ।

ଆଜି ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେବ। ଲଘୁଚାପ ପ୍ରଭାବରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଆସନ୍ତୁ ଜାଣିବା ଆଜି କେଉଁ ସବୁ ସ୍ଥାନରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି ହୋଇଛି।

Odisha Weather Low pressure is intensifying

ଆଜି ମୟୂରଭଂଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ବାଲେଶ୍ବର ଓ ଭଦ୍ରକରେ ଅଧିକ ବର୍ଷା ହୋଇପାରେ। ସେହିପରି ରବିବାର ଦିନ(ଆଜି) ସମ୍ବଲପୁର , ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର,ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ ଓ ଗଜପତିରେ ଘଡ଼ଘଡି଼ ସହ ବର୍ଷା ସମ୍ଭାବନା ଅଛି।

ସେହିପରି, ଆସନ୍ତାକାଲି ମୟୂରଭଂଜ, କେନ୍ଦୁଝର, ସୁନ୍ଦରଗଡରେ ଅତି ପ୍ରବଳ ବର୍ଷା ହୋଇପାରେ। ଦେବଗଡ, ସମ୍ବଲପୁର, ଝାରସୁଗୁଡାରେ ଅତି ପ୍ରବଳ ବର୍ଷା ହୋଇପାରେ।

ସେହିପରି,୧ ତାରିଖରେ ନୟାଗଡ,କଳାହାଣ୍ତି ଓ କନ୍ଧମାଳରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ନବରଙ୍ଗପୁର, ରାୟଗଡା, କୋରାପୁଟ୍, କଟକ,ବୌଦ୍ଧ, ସୁନ୍ଦରଗଡ ଓ ଝାରସୁଗୁଡାରେ ଅଧିକ ବର୍ଷା ସମ୍ଭାବନା ରହିଛି। ୨ ତାରିଖରେ ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ନବରଙ୍ଗପୁର, କଳାହାଣ୍ତି, ନୂଆପଡା, ବଲାଙ୍ଗୀରରେ ଅଧିକ ବର୍ଷା ହୋଇପାରେ।

୩ ତାରିଖରେ ଝାରସୁଗୁଡା, ବରଗଡ଼ ଓ ମୟୂରଭଂଜରେ ଅଧିକ ବର୍ଷା ସମ୍ଭାବନା ରହିଛି।୪ ତାରିଖରେ ସୁନ୍ଦରଗଡ, କେନ୍ଦୁଝର ଓ ମୟୂରଭଂଜରେ ଅଧିକ ବର୍ଷା ହେବା ନେଇ ପୂର୍ବାନୁମାନ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+