ଲଘୁଚାପ ପ୍ରଭାବ: ଆଗାମୀ ୨୪ ଘଣ୍ଟା ପାଇଁ ଓଡ଼ିଶାର ୨୫ ଜିଲ୍ଲାକୁ ୱାର୍ଣ୍ଣିଂ

ପ୍ରବଳ ବର୍ଷା ସମ୍ଭାବନା । ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଆଗାମୀ ୭ ଦିନ ଯାଏଁ ବର୍ଷା ଘଡଘଡି ବିଜୁଳି ସହ ଝଡପବନ ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଆସନ୍ତା ୨୪ ଘଣ୍ଟାରେ ନୂଆପଡା, ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ ବରଗଡକୁ ବାଦ ଦେଇ ଅବଶିଷ୍ଟ ୨୫ ଜିଲ୍ଲା କିଛି କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।

ବିଶେଷ କରି ଉପକୂଳ ସମେତ ଦକ୍ଷିଣ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଏହିସବୁ ଜିଲ୍ଲାରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହାସହ ଏଥି ମଧ୍ୟରୁ ୧୯ ଜିଲ୍ଲାରେ ବର୍ଷା ସମୟରେ ୪୦ ରୁ ୫୦ କିମି ଓ ଅବଶିଷ୍ଟ ୬ ଜିଲ୍ଲାରେ ୩୦ ରୁ ୪୦ କିମି ବେଗରେର ଝଡ ପବନ ସମ୍ଭାବନାକୁ ନେଇ ସତର୍କତା ଦେଇଛି ବିଭାଗ ।

odisha weather Low pressure effect Warning issued for 25 districts of Odisha for the next 24 hours

ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି, 'ଆସନ୍ତାକାଲି ପାଇଁ ବିଶେଷ କରି ଉପକୂଳ ଓଡ଼ିଶାର ୧୪ ଜିଲ୍ଲା ସୁନ୍ଦରଗଡ,ମୟୂରଭଞ୍ଜ, କେନ୍ଦୁଝର,ବାଲେଶ୍ୱର, ଭଦ୍ରକ, ଯାଜପୁର କଟକ, କେନ୍ଦ୍ରାପଡା ,ଜଗତସିଂହପୁର ,ଖୋର୍ଦ୍ଧା, ପୁରୀ ,ନୟାଗଡ ଗଞ୍ଜାମ ଓ ଗଜପତିକୁ ୟେଲୋ ୱାର୍ଣ୍ଣିଂ କରାଯାଇଛି । ଏହିସବୁ ଜିଲ୍ଲାରେ ୪୦ ରୁ ୫୦ କିମି ବେଗରେ ପବନ ବହିବା ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହେବାର ସମ୍ଭାବନା ରହିଛି ।'

୧୩ ଓ ୧୪ ତାରିଖରେ ୱାର୍ଣ୍ଣିଂ ନଥିଲେ ବି ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସହ ଆସନ୍ତା ୧୬ ତାରିଖ ଯାଏ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ଆଗାମୀ ୫ ଦିନରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ନାହିଁ ବିଭାଗ ପୂର୍ବାନୁମାନ କରିଛି ।

ସେହିପରି ୧୨ ତାରିଖରେ ଉପକୂଳ ଓଡ଼ିଶାର ମାଲକାନଗିରି,ରାୟଗଡା କୋରାପୁଟ, ଗଂଜାମ,ଗଜପତି,ମୟୂରଭଞ୍ଜ କେନ୍ଦୁଝର ,ବାଲେଶ୍ୱର, ଭଦ୍ରକ, ଯାଜପୁର କଟକ, କେନ୍ଦ୍ରାପଡା,ଜଗତସିଂହପୁର ,ଖୋର୍ଦ୍ଧା, ପୁରୀ ଓ ନୟାଗଡ ଏହି ୧୬ ଜିଲ୍ଲାକୁ ବିଜୁଳି ଘଡଘଡି ସହ ଵର୍ଷ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହିସବୁ ଜିଲ୍ଲାରେ ୩୦ ରୁ ୪୦ କିମି ବେଗରେ ପବନ ସହ ବିଜୁଳି ଘଡଘଡି ହେବାର ସମ୍ଭାବନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+