Odisha Weather: ପୁଣି ଲଘୁଚାପ, ୧୨ ଓ ୧୩ରେ ପ୍ରବଳ ବର୍ଷା, ଅଗଷ୍ଟ ୧୫ରେ ଶୁଖିଲା ରହିବ ପାଗ
ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଘନୀଭୂତ ହୋଇ ୧୩ ଅଗଷ୍ଟରେ ଲଘୁଚାପର ରୂପ ନେବ। ଉତ୍ତର ପଶ୍ଚିମ ଓ ତାର ପାଶ୍ୱବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବ।
ପବନର ବେଗ ଓ ମେଘୁଆ ପାଗକୁ ନେଇ ସମୁଦ୍ର ଅଶାନ୍ତ ରହିବା ସମ୍ଭାବନା ରହିଛି। ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ୧୨ ଓ ୧୩ ତାରିଖ ଦୁଇ ଦିନ ଯାଏ ବାରଣ କରିଛି ପାଣିପାଗ ବିଭାଗ। ଯାହା ପ୍ରଭାବରେ ଆସନ୍ତା ୧୨ ତାରିଖରୁ ବଢିବ ବର୍ଷା। ଆସନ୍ତା ୨୪ ଘଣ୍ଟାରେ ସାରା ଓଡ଼ିଶାରେ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ।
ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷା ହେବାକୁ ଥିବାବେଳେ ୨ଟି ଜିଲ୍ଲାରେ ଅତିପ୍ରବଳ ଓ ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା କରିଛି ପାଣିପାଗ ବିଭାଗ । ୧୨ ଓ ୧୩ ଦୁଇ ଦିନ ସାରା ଓଡ଼ିଶାରେ ବର୍ଷା ସହ ୧୪ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ୧୫ ତାରିଖ ବେଳକୁ ବର୍ଷା କମିପରେ ବୋଲି ପୂର୍ବାନୁମାନ କରିଛି ବିଭାଗ। ଅର୍ଥାତ୍ ସ୍ବାଧୀନତା ଦିବସ ଦିନ ପାଗ ଶୁଖିଲା ରହିବାର ସମ୍ଭାବନା ରହିଛି।

ଏପର୍ଯ୍ୟନ୍ତ କେତେ ବର୍ଷା ରେକର୍ଡ
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଛି। ସର୍ବାଧିକ ବର୍ଷା ଖୋର୍ଦ୍ଧା ଚିଲିକାରେ ୯୦ ମିଲିମିଟର ରେକର୍ଡ ହୋଇଛି। ସେପଟେ ଜୁନ ୧ରୁ ଆଜି ଯାଏଁ ୬୪୪.୧ ମିମି ବର୍ଷା ରେକର୍ଡ ହୋଇଛି। ସ୍ୱାଭାବିକ ୬୬୬.୮ ମିଲିମିଟର ବର୍ଷା ରାହିଥିବା ବେଳେ ଆଜି ସୁଦ୍ଧାୁ ୩ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି।
ସେହିଭଳି ଆଜି ଅନେକ ଜିଲ୍ଲାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଘଡ଼ଘଡ଼ିର ସମ୍ଭାବନାକୁ ନେଇ ୟେଲୋ ବର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହିସବୁ ଜିଲ୍ଲାରେ ୩୦ରୁ ୪୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବୋହିବାର ସମ୍ଭାବନା ରହିଛି। ୧୨ରୁ ପୁଣି ବଢ଼ିବ ବର୍ଷାର ପରିମାଣ।












Click it and Unblock the Notifications