ଦୁର୍ଗା ପୂଜା ଭଳି କୁମାର ପୂର୍ଣ୍ଣିମାରେ ବି ଭିଜିବ ଓଡିଶା
ଦୁର୍ଗା ପୂଜା ଭଳି କୁମାର ପୂର୍ଣ୍ଣିମାରେ ବି ଭିଜିବ ଓଡିଶା । କୁଆଁର ପୂର୍ଣ୍ଣିମାରେ ଉପକୂଳ ଓଡ଼ିଶାରେ ବର୍ଷାର ସମ୍ଭାବନା । ଅକ୍ଟୋବର ୯ ତାରିଖ କୁଆଁର ପୂର୍ଣ୍ଣିମାରେ ରାଜ୍ୟର ଦକ୍ଷିଣ ଉପକୂଳରେ ବଢିବ ବର୍ଷାର ପରିମାଣ ।
ଭୁବନେଶ୍ୱର: ଦୁର୍ଗା ପୂଜା ଭଳି କୁମାର ପୂର୍ଣ୍ଣିମାରେ ବି ଭିଜିବ ଓଡିଶା । କୁଆଁର ପୂର୍ଣ୍ଣିମାରେ ଉପକୂଳ ଓଡ଼ିଶାରେ ବର୍ଷାର ସମ୍ଭାବନା । ଅକ୍ଟୋବର ୯ ତାରିଖ କୁଆଁର ପୂର୍ଣ୍ଣିମାରେ ରାଜ୍ୟର ଦକ୍ଷିଣ ଉପକୂଳରେ ବଢିବ ବର୍ଷାର ପରିମାଣ । ୧୦ ତାରିଖରେ ମଧ୍ୟ ଉପକୂଳବର୍ତ୍ତୀ କେତେକ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ଗୁରୁବାର ଆନ୍ଧ୍ରପ୍ରଦେଶ ଉପକୂଳ ଅଞ୍ଚଳରେ ଯେଉଁ ଘୂର୍ଣ୍ଣିବଳୟ ଥିଲା ତାହା ଶୁକ୍ରବାର ପଶ୍ଚିମ, ଉତ୍ତର ପଶ୍ଚିମ ଦିଗ ଦେଇ ଗତି କରି ସକ୍ରିୟ ରହିଛି । ଫଳରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ । କଟକ, ଭୁବନେଶ୍ବରରେ ମେଘୁଆ ପାଗ ରହିବ । ୯ ଏବଂ ୧୦ରେ ଦକ୍ଷିଣ ଓଡିଶାରେ ପ୍ରଭାବ ଯଥେଷ୍ଟ ଅଧିକ ରହିବ । ଆନ୍ଧ୍ର ଓ ତାମିଲନାଡୁ ଉପକୂଳରେ ଘୂର୍ଣ୍ଣିବଳୟର ଆଶଙ୍କା ରହିଛି । ଦକ୍ଷିଣ ଓଡ଼ିଶାରେ ଏହା ପ୍ରଭାବରେ ବର୍ଷା ହେବ । ଦକ୍ଷିଣ ଓଡିଶାର ଆଭ୍ୟନ୍ତରୀଣ ଜିଲା ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡା, କନ୍ଧମାଳ, ନବରଙ୍ଗପୁର ବର୍ଷାର ପ୍ରଭାବ ରହିବ । ଏହି ସବୁ ଜିଲ୍ଲାରେ ୭ରୁ ୧୧ ସିଏମ୍ ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ସେପଟେ ଚଳିତ ବର୍ଷ ଶୀତ କମ୍ ରହିବ । ଦିନରେ ସ୍ବାଭାବିକଠୁ ତାପମାତ୍ରା କମ୍ ରହିବ କିନ୍ତୁ ରାତିରେ ଅଧିକ ରହିବ । ତେଣୁ ଶୀତର ପ୍ରକୋପ ସାମାନ୍ୟ କମିବ।












Click it and Unblock the Notifications