Odisha Weather: ଆଜି ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା
ଆଜି ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। କିନ୍ତୁ ଏବେ ବଡ଼ ବର୍ଷା ହେବାର ସମ୍ଭାବନା ନାହିଁ। ଆଜି ୨୩ଟି ଜିଲ୍ଲାରେ ଝଡବର୍ଷା ସହିତ ପବନର ବେଗ ୩୦-୪୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ସେହି ଜିଲ୍ଲାଗୁଡିକ ହେଉଛି- ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେଓଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୁଆପଡା ରାୟଗଡା, କୋରାପୁଟ, ମାଲକାନଗିରି, ବାଲେଶ୍ଵର, ଭଦ୍ରକ, ଗଞ୍ଜାମ ଏବଂ ଗଜପତି।
ଏଭଳି ସ୍ଥିତି ୧୯ ତାରିଖ ପର୍ଯ୍ୟନ୍ତ ରହିପାରେ । ୨୦ରୁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇପାରେ। ପାଣିପାଗ ବିଭାଗର ପୂର୍ବାନୁମାନରୁ ଏଭଳି ସୂଚନା ମିଳିଛି । ବୁଧବାର ଦିନ ଭିତରେ ଅନୁଗୁଳରେ ୪୮ ମିଲିମିଟର ବର୍ଷା ହୋଇଥିବାବେଳେ ଆଉ କିଛି ସ୍ଥାନରେ ହାଲୁକା ବର୍ଷା ହୋଇଛି। ପାଗ ମେଘୁଆ ଥିଲେ ମଧ୍ୟ ବହୁ ସ୍ଥାନରେ ବିଶେଷ ବର୍ଷା ହୋଇନାହିଁ ।

ତେବେ ରାଜ୍ୟର ଏହି ସବୁ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହ ୩୦ରୁ ୪୦ କିମି ବେଗରେ ପବନ ବହିପାରେ। ବଜ୍ରପାତ ନେଇ ଲୋକେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।












Click it and Unblock the Notifications