୧୯ରୁ ୨୧ ମଧ୍ୟରେ ରାଜ୍ୟର ୯ ଜିଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା
୧୯ରୁ ୨୧ ମଧ୍ୟରେ ରାଜ୍ୟର ୯ ଜିଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ସମ୍ଭାବନା ରହିଛି। ଏନେଇ ଶୁକ୍ରବାର ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର, କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଜିଲାରେ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟପକ୍ଷେ ରାଜ୍ୟରେ ବୁଧବାର ତାପମାତ୍ରା ୩୭ ଡିଗ୍ରୀ ଛୁଇଁଥିବାବେଳେ ଗୁରୁବାର ଏଥିରେ ସାମାନ୍ୟ ହ୍ରାସ ପାଇଥିଲା। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁସାରେ, ଗୁରୁବାର ସର୍ବୋଚ୍ଚ ତାପମାତ୍ରା ଅନୁଗୋଳରେ ୩୫.୯ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ୫ ସହରରେ ପାରଦ ୩୫ ଡିଗ୍ରୀ ବା ତା'ଠାରୁ ଅଧିକ ରହିଥିଲା। ସେହିପରି ରାଉରକେଲାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ରହିଥିଲା। ତେବେ ଆସନ୍ତା ୨ଦିନ ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ନେଇ ପୂର୍ବାନୁମାନ କରାଯାଇଛି।

ପରବର୍ତ୍ତୀ ୩ଦିନ ରାଜ୍ୟ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଏହାସହ ୨ଦିନ ପର୍ଯ୍ୟନ୍ତ ସକାଳ ସମୟରେ ଉତ୍ତର ଉପକୂଳ ଓଡ଼ିଶାର କିଛି ଜିଲାରେ ହାଲୁକା କୁହୁଡ଼ି ଦେଖାଯାଇପାରେ ବୋଲି ସୂଚନା ଦିଆଯାଇଛି।












Click it and Unblock the Notifications