odisha Weather: ରାଜଧାନୀରେ ତାଣ୍ଡବ ରଚିଲା କାଳବୈଶାଖୀ
ରାଜଧାନୀରେ ତାଣ୍ଡବ ରଚିଲା କାଳବୈଶାଖୀ। ବାତ୍ୟା ଭଳି ପବନ ମାଡ଼ ହୋଇଥିବା ବେଳେ ଭାଙ୍ଗିଲା ଗଛଲତା । ଆଜି ଓ ଆସନ୍ତାକାଲି ମଧ୍ୟ ଟ୍ବିନସିଟିରେ ବର୍ଷା ସହ ବଜ୍ରପାତ ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି।

କାଳବୈଶାଖୀ ଆଣିଲା ଆଶ୍ବସ୍ତି । ୧୦ ଜିଲ୍ଲାରେ ଛେଚିଲା କାଳବୈଶାଖୀ ବର୍ଷା। ବିଳମ୍ବିତ ରାତିରେ ଭୁବନେଶ୍ବର ଓ କଟକ ସହର ସମେତ ୧୦ ଜିଲ୍ଲାରେ ତାଣ୍ଡବ ରଚିଛି କାଳବୈଶାଖୀ ବର୍ଷା। ଆଜି ପାଇଁ ଉପକୂଳ ଓଡ଼ିଶାର ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କାଳବୈଶାଖୀର ପ୍ରଭାବ ବଢ଼ିପାରେ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ଘଡ଼ଘଡ଼ି ସହିତ ବର୍ଷା ଓ ପବନ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।












Click it and Unblock the Notifications