ରାଜ୍ୟରେ ଆହୁରୀ ୩ ଦିନ ଯାଏଁ କାଳବୈଶାଖୀ
ରାଜ୍ୟରେ ଜାରି ରହିଛି କାଳବୈଶାଖୀ। ଆହୁରୀ ୩ ଦିନ ଯାଏଁ କାଳବୈଶାଖୀ ଆଶଙ୍କା ଥିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୧୯ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। କାଳବୈଶାଖୀ ପ୍ରଭାବରେ ସାମନ୍ୟ ହ୍ରାସ ପାଇବ ତାତି।
ଆଜି ପାଇଁ ୫ ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି ଓ ରାୟଗଡାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏସବୁ ଜିଲ୍ଲାରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ ଝଡ ବର୍ଷା ହେଇପାରେ।
ସେହିପରି ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ଗଜପତି, ଗଞ୍ଜାମ, ବାଲେଶ୍ବର, ଭଦ୍ରକ ଓ ସୁନ୍ଦରଗଡକୁ ୟେଲୋ ସତର୍କତା ଜାରି ହୋଇଛି।

ଶନିବାର ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି। କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି, ରାୟଗଡ଼ାରେ କାଳବୈଶାଖୀ ପ୍ରଭାବରେ ୫୦-୬୦ କିମି ବେଗରେ ପବନ ସହ ବଜ୍ରପାତ ଆଶଙ୍କା ଅଛି ଅପରାହ୍ନ ଓ ସନ୍ଧ୍ୟାରେ । ଏନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ନବରଙ୍ଗପୁର, କଳାହାଣ୍ଡି, ଗଞ୍ଜାମ, ଗଜପତି, ବାଲେଶ୍ୱର, ସୁନ୍ଦରଗଡ଼, ଭଦ୍ରକରେ ଧୂଳିଝଡ଼, ୪୦-୫୦ କିମି ପବନ ଓ ବଜ୍ରପାତ ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କଟକ ଓ ଜଗତସିଂହପୁରରେ ଶନିବାର ଗରମ ସହ ଗୁଳୁଗୁଳି ନୟାନ୍ତ କରିପାରେ। ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ କିଛି କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି। ମାତ୍ର ଏହା ସତ୍ତେ୍ୱ ବି ତାତି ପ୍ରକୋପରୁ ବଡ଼ ଆଶ୍ୱସ୍ତି ସମ୍ଭାବନା ଦେଖାଯାଉନି ।
ସାରା ଓଡ଼ିଶାରେ ଦିନ ତମାମ ଭୀଷଣ ଖରା । ଉପକୂଳରେ ତାତିକୁ ଅସମ୍ଭାଳ ଗୁଳୁଗୁଳି। ଅପରାହ୍ନ ଓ ସନ୍ଧ୍ୟାରେ କିଛି କିଛି ସ୍ଥାନରେ କାଳବୈଶାଖୀ ଆଣୁଛି ବର୍ଷା, ପବନ। ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରହିବ ଏପରି କାଳବୈଶାଖୀ ସ୍ଥିତି। ମାତ୍ର କାଳବୈଶାଖୀ ସତ୍ତେ୍ୱ ରାଜ୍ୟରେ ଗରମ ପ୍ରକୋପରୁ ବଡ଼ ଧରଣର ଆଶ୍ୱସ୍ତି ସମ୍ଭାବନା ଦେଖାଯାଉନି।
ପାଣିପାଗ କେନ୍ଦ୍ର ପୂର୍ବାନୁମାନ ହେଲା, ଆସନ୍ତା ୬ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ଅନୁଗୁଳ, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ୍ଧ, ବରଗଡ଼, ନୂଆପଡ଼ାରେ ତାପମାତ୍ରା ୪୦ ଡିଗ୍ରୀ ପାଖାପାଖି କିମ୍ବା ତା'ଠାରୁ ଅଧିକ ରହିପାରେ।












Click it and Unblock the Notifications