Odisha Weather: ସପ୍ତାହେ ପର୍ଯ୍ୟନ୍ତ କାଳବୈଶାଖୀ ଝଡ଼ବର୍ଷା !

ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ତା'ର ପାର୍ଶ୍ବବର୍ତ୍ତୀ ଅଞ୍ଚଳ ବାୟୁମଣ୍ଡଳରେ ୫.୮କି.ମି. ଉଚ୍ଚତା ଯାଏଁ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୪୮ଘଣ୍ଟା ମଧ୍ୟରେ ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ସମ୍ଭାବ୍ୟ ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ କେତେଦୂର ପଡ଼ିବ, କେଉଁ ଆଡ଼କୁ ଗତି କରିବ ଏବଂ ଅବପାତ ରୂପ ନେବ କି ନାହିଁ ତାହା ଲଘୁଚାପ ସୃଷ୍ଟି ପରେ ସ୍ପଷ୍ଟ ଜଣାପଡ଼ିବ। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶିକା ଡ. ମନୋରମା ମହାନ୍ତି କହିଛନ୍ତି, ସପ୍ତାହେ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସୂଚନା ଦିଆଯାଇଛି। ସମ୍ଭାବ୍ୟ ଲଘୁଚାପ ପ୍ରଭାବ ରାଜ୍ୟ ଉପରେ କେତେଦୂର ରହିବ ତାହା ଏହାର ଗତିବିଧି ଆକଳନ କରାଯିବା ପରେ ଜଣାପଡ଼ିବ।

Odisha Weather

ଅପରପକ୍ଷେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ପ୍ରାୟ ଅଞ୍ଚଳରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ମୟୂରଭଞ୍ଜ, ବାଲେଶ୍ବର ଏବଂ ଭଦ୍ରକ ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଅବଶିଷ୍ଟ ଅଞ୍ଚଳରେ କାଳବୈଶାଖୀର ସମ୍ଭାବନା ନାହିଁ।

ରାଜ୍ୟରେ ଗତ କିଛିଦିନର ବ୍ୟବଧାନ ପରେ ସର୍ବାଧିକ ତାପମାତ୍ରା ବଢ଼ିବାରେ ଲାଗିଛି। ଶନିବାର ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଅଞ୍ଚଳରେ ପାରଦ ୪୦ଡିଗ୍ରୀ ଅତିକ୍ରମ କରିଥିବା ବେଳେ ରବିବାର ୯ଟି ସ୍ଥାନରେ ଦିନ ତାପମାତ୍ରା ୪୦ଡିଗ୍ରୀ ଟପିଛି।

ବୌଦ୍ଧରେ ତାପମାତ୍ରା ସର୍ବାଧିକ ୪୨ଡିଗ୍ରୀ ଛୁଇଁଛି। ଅନେକ ସହରରେ ଟାଣଖରା ଯୋଗୁ ଦିନରେ ଗରମ ଏବଂ ବାୟୁମଣ୍ଡଳରେ ଆର୍ଦ୍ରତା ପରିମାଣ ଅଧିକ ରହିବା ଦ୍ବାରା ଭୀଷଣ ଗୁଳୁଗୁଳି ଅନୁଭୂତ ହେଉଛି। ଆସନ୍ତା ୪୮ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଥିବା ପାଣିପାଗ ବିଭାଗ ସ୍ପଷ୍ଟ କରିବାରୁ ପାଗରେ ପରିବର୍ତ୍ତନ ଆସିବ ବୋଲି କୁହାଯାଉଛି। ଅନୁଗୋଳ, ଟିଟିଲାଗଡ଼ ଏବଂ ଝାରସୁଗୁଡ଼ାରେ ପାରଦ ୪୧, ସମ୍ବଲପୁର ୪୦.୬, ହୀରାକୁଦ ୪୦.୧, ବଲାଙ୍ଗିର ଏବଂ ସୁବର୍ଣ୍ଣପୁରରେ ୪୦.୮, ପାରଳାଖେମୁଣ୍ଡି ୪୦, ଭୁବନେଶ୍ବର ୩୮ ଏବଂ କଟକରେ ୩୭.୬ ଡିଗ୍ରୀ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+