ସାରା ରାଜ୍ୟରେ ତାଣ୍ଡବ ରଚୁଛି କାଳବୈଶାଖୀ; ୧୭ ଜିଲ୍ଲାକୁ ସତର୍କ ସୂଚନା ଜାରି

ସାରା ରାଜ୍ୟରେ ତାଣ୍ଡବ ରଚୁଛି କାଳବୈଶାଖୀ। ଗତ ରାତିରେ ବିଭିନ୍ନ ସ୍ଥାନରେ ଧୂଳିଝଡ଼ ହୋଇଥିବା ବେଳେ ଆଜି ସକାଳେ କିଛି ସ୍ଥାନରେ ବର୍ଷା ହୋଇଛି।

ମୟୂରଭଞ୍ଜରେ କୁଆପଥର ବର୍ଷା ବ୍ୟାପକ କ୍ଷୟକ୍ଷତି କରିଛି। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଏଭଳି କାଳବୈଶାଖୀ ହୋଇପାରେ। କେତେକ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସହ କୁଆପଥର ବର୍ଷା ଆଶଙ୍କା ରହିଛି। ‌ତା' ସହିତ ୫୦ରୁ ୬୦ କିମି ପର୍ଯ୍ୟନ୍ତ ପବନ ବୋହିପାରେ। ଏଥିପାଇଁ ୧୭ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ୨୫ ତାରିଖ ପରେ କ୍ରମଶଃ ତାପମାତ୍ରା ବଢ଼ିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟା ମଧ୍ୟ‌ରେ ବାରିପଦାରେ ସର୍ବାଧିକ ୧୨୩.୪ମିମି ବର୍ଷା ହୋଇଥିବା ବେଳେ ବାଲେଶ୍ବରରେ ଗତ ରାତିରୁ ବର୍ଷା ଲାଗି ରହିଛି। ସେଠାରେ ୪୮ ମିମି ବର୍ଷା ରେକର୍ଡ କରାଯାଇଛି। ଛତ୍ରପୁରରେ ଆଜି ସକାଳୁ ସନ୍ଧ୍ୟା ଭିତରେ ୬୨.୮ ମିମି ବର୍ଷା ହୋଇଛି। କଟକରେ ୨୧.୨, ନୟାଗଡ଼ରେ ୧୫, ଗୋପାଳପୁରରେ ୧୪.୨, ଚାନ୍ଦବାଲିରେ ୧୬.୪ ଓ ଭୁବନେଶ୍ବରରେ ସନ୍ଧ୍ୟା ସୁଦ୍ଧା ୩ ମିମି ବର୍ଷା ହୋଇଛି।

odisha weather Kala Baisakhi

ଆଜି ପାଇଁ ଘଡ଼ଘଡ଼ି ସହ ବର୍ଷା ଓ ୫୦ରୁ ୬୦ କିମି ବେଗରେ ପବନ ହୋଇପାରେ ବୋଲି ସତର୍କ କରାଇ ଆଜି ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼ ଓ ସୁନ୍ଦରଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହା ଛଡ଼ା ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳ ବର୍ଷା ହେବାକୁ ଥିବାରୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୋନପୁର, ବୌଦ୍ଧ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ପୁରୀ, ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନଗିରି ପ୍ରଭୃତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୪ ଓ ୨୫ ତାରିଖ ପର୍ଯ୍ୟନ୍ତ ମଧ୍ୟ ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପଟେ ରାଜ୍ୟର ୧୮ ସହରରେ ବର୍ଷା ହୋଇଥିବାରୁ ତାପମାତ୍ରା କମ୍‌ ଅନୁଭୂତ ହୋଇଛି। ତଥାପି ୧୬ ସହରର ତାପମାତ୍ରା ୩୦ ଡିଗ୍ରି ଉପରେ ରହିଛି। ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୩୬.୧ଡିଗ୍ରି ରହିଥିବା ବେଳେ ବୌଦ୍ଧ ଓ ପାରଳାଖେମୁଣ୍ଡିରେ ୩୫.୨ ଡିଗ୍ରି ଲେଖାଏଁ ରେକର୍ଡ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+