Odisha Weather: ଦୁଇ ଦିନ ପ୍ରଚଣ୍ଡ ତାତି, ୩ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ

ପଶ୍ଚିମ ଓଡ଼ିଶା ଡହଡହ ତାତି । ଆକାଶରୁ ନିଆଁ ବର୍ଷୁଛି। ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଝାଞ୍ଜି ମୁହଁ ପୋଡ଼ି ପକାଉଛି। ପୂର୍ବାହ୍ଣ ୧୧ଟା ବାଜିଲେ ଘରୁ ପଦାକୁ ବାହାରି ହେଉନାହିଁ।

ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ଦିନ ତାପମାତ୍ରା ୪୦ଡିଗ୍ରୀ ଟପି ନଥିଲେ ବି ବାୟୁମଣ୍ଡଳରେ ଆର୍ଦ୍ରତା ପରିମାଣ ଅଧିକ ରହିବା ହେତୁ ଦିନ ଓ ରାତିରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି। ଦକ୍ଷିଣ ଓଡ଼ିଶାରେ ପାରଦ ୪୦ ଡିଗ୍ରୀ ମୁହାଁ ହେଲାଣି।

ରବିବାର ବୌଦ୍ଧରେ ସର୍ବାଧିକ ତାପମାତ୍ରା ୪୩.୬ଡିଗ୍ରୀ ଛୁଇଁଛି। ଝାରସୁଗୁଡ଼ାରେ ପାରଦ ୪୨ଡିଗ୍ରୀ ରେକର୍ଡ କରାଯାଇଛି। ଦେଶରେ ବୌଦ୍ଧ ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ଝାରସୁଗୁଡ଼ା ଦେଶର ଦ୍ବିତୀୟ ଉତ୍ତପ୍ତ ସହରରେ ପରିଗଣିତ ହୋଇଛି। ଉଭୟ ଜିଲାରେ ପ୍ରଚଣ୍ଡ ଉତ୍ତାପରେ ଜିଲାବାସୀ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ଅନୁଗୋଳ ୪୧.୧, ସୁନ୍ଦରଗଡ଼ ୪୦.୩, ଭବାନୀପାଟଣା ୪୦.୨, ବଲାଙ୍ଗିର ୪୧.୭ ଏବଂ ଟିଟିଲାଗଡ଼ରେ ୪୦.୫ଡିଗ୍ରୀ ରହିଛି। ଉପରୋକ୍ତ ଜିଲାଗୁଡ଼ିକରେ ପାରଦ ଉପରମୁହାଁ ହୋଇଥିବାରୁ ପ୍ରବଳ ଗ୍ରୀଷ୍ମଲହରୀ ଜାରି ରହିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଆଗାମୀ ୩ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମଲହରୀ ଜାରି ରହିବ। ୧୯ରୁ କିଛି ଅଞ୍ଚଳରେ କାଳବୈଶାଖୀ ଜନିତ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ଥିବାରୁ ପାଗରେ ପରିବର୍ତ୍ତନ ଆସିବା ସମ୍ଭାବନା ରହିଛି।

Odisha Weather

ବିଶେଷକରି ଦିନ ତାପମାତ୍ରା ହ୍ରାସ ପାଇବା ଦ୍ବାରା ଗ୍ରୀଷ୍ମଲହରୀରୁ ସାମାନ୍ୟ ଆଶ୍ବସ୍ତି ମିଳିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା, ସମ୍ବଲପୁର ଏବଂ କଳାହାଣ୍ଡି ଜିଲାକୁ ଗ୍ରୀଷ୍ମଲହରୀ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସୁନ୍ଦରଗଡ଼, ସୁବର୍ଣ୍ଣପୁର, କଳାହାଣ୍ଡି, ବୌଦ୍ଧ ଏବଂ ବଲାଙ୍ଗିର ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇ ଥିବାବେଳେ କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ ଏବଂ ମୟୂରଭଞ୍ଜ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହିତ ବାଲେଶ୍ବର, ଭଦ୍ରକ, କଟକ, ଜଗତସିଂହପୁର, ଖୋର୍ଦ୍ଧା, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲାର କିଛି ଅଞ୍ଚଳରେ ଉଷ୍ଣ ଆର୍ଦ୍ରତା ରହିବା ହେତୁ ପ୍ରବଳ ମାତ୍ରାରେ ଗୁଳୁଗୁଳି ଅନୁଭୂତ ହୋଇପାରେ। ଅପରପକ୍ଷରେ ବଲାଙ୍ଗିର, ମୟୂରଭଞ୍ଜ, ସମ୍ବଲପୁର ଏବଂ ବୌଦ୍ଧ ଜିଲାର କିଛି ଅଞ୍ଚଳରେ ରାତିରେ ବାୟୁମଣ୍ଡଳ ଆର୍ଦ୍ରତା ପରିମାଣ ଅଧିକ ଗରମ ରହିବା ସମ୍ଭାବନା ଥିବାରୁ ଉପରୋକ୍ତ ୪ଜିଲାରେ ରାତିରେ ପ୍ରଚଣ୍ଡ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି।
ଗ୍ରୀଷ୍ମଲହରୀ ଯୋଗୁ ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୩ଟା ମଧ୍ୟରେ ଅତି ଜରୁରୀ କାମ ନଥିଲେ ପଦାକୁ ବାହାରିବାକୁ ପାଣିପାଗ ବିଭାଗ ବାରଣ କରିଛି। ରୋଗୀ, ଶିଶୁ, ବୟସ୍କ ଲୋକେ ସୁରକ୍ଷିତ ଭାବେ ଘରେ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। ପ୍ରଚୁର ମାତ୍ରାରେ ପାଣି ପିଇବା, ଖରାରେ କଠିନ ପରିଶ୍ରମ ନକରିବା, ବାହାରକୁ ବାହାରିଲେ ବ୍ୟାପକ ସୁରକ୍ଷା ଅବଲମ୍ବନ କରିବା, ଟାଣଖରାରେ ଛତା, ଜୋତା, ଚଷମା ବ୍ୟବହାର କରିବାକୁ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ନିର୍ଦେଶ ଦିଆଯାଇଛି। ପାଣିପାଗ ବିଭାଗର ପୂର୍ବାନୁମାନ, ଆସନ୍ତା ୩ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବାର ସମ୍ଭାବନା ନାହିଁ; କିନ୍ତୁ ପରବର୍ତ୍ତୀ ସମୟରେ ସର୍ବାଧିକ ତାପମାତ୍ରା ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ସମ୍ଭାବନା ରହିଛି। ସେହିପରି ରାତି ତାପମାତ୍ରା ଆସନ୍ତା ୫ଦିନ ପର୍ଯ୍ୟନ୍ତ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଏନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି, ୧୯ରୁ କାଳବୈଶାଖୀ ଦ୍ବାରା ରାଜ୍ୟର ପଶ୍ଚିମ ଏବଂ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି। କିଛି ଅଞ୍ଚଳରେ ଘଣ୍ଟା ପ୍ରତି ୩୦ରୁ ୪୦କି.ମି ବେଗରେ ପବନ ବହିବା ସମ୍ଭାବନା ରହିଛି। ୩ଦିିନ ପର୍ଯ୍ୟନ୍ତ କାଳବୈଶାଖୀ ଆଶଙ୍କା ଥିବାରୁ ଦିନ ତାପମାତ୍ରା ପଶ୍ଚିମ ଓଡ଼ିଶା ସହିତ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ହ୍ରାସ ପାଇବ। ଗ୍ରୀଷ୍ମଲହରୀ ଏବଂ କାଳବୈଶାଖୀ ଜନିତ ସତର୍କତା ପାଇଁ ଜିଲାପାଳମ‌ାନେ ସତର୍କ ରହିବାକୁ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+