Odisha Weather: ଗ୍ରୀଷ୍ମ ପ୍ରବାହ ପାଇଁ ସକାଳୁଆ ପାଠପଢ଼ା ସହ ପରୀକ୍ଷା କରିବାକୁ ନିର୍ଦ୍ଦେଶ
ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି। ଖରା ତାତି ଅସହ୍ୟ ହେଉଥିବାରୁ ଏହା ଛାତ୍ରୀଛାତ୍ରଙ୍କ ପାଠପଢ଼ାକୁ ପ୍ରଭାବିତ କରୁଛି । ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ସକାଳୁଆ ପାଠପଢ଼ା ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନେଇଛି ।
ଏନେଇ ବିଭାଗ ପକ୍ଷରୁ ଏକ ଏସ୍ଓପି ଜାରି କରାଯାଇଛି। ଏଥିସହ ବିଶ୍ୱବିଦ୍ୟାଳୟର କୁଳସଚିବ ଓ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ଚିଠି ଲେଖି ଆବଶ୍ୟକ ପଦକ୍ଷପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗ୍ରୀଷ୍ମ ପ୍ରବାହ ପାଇଁ ସକାଳୁଆ ପାଠପଢ଼ା ସହ ପରୀକ୍ଷା କରିବାକୁ ସେଥିରେ ଉଲ୍ଲେଖ କରାଯାଇଛି। ସେହିଭଳି ଉଚ୍ଚଶିକ୍ଷାନୁଷ୍ଠାନଗୁଡିକରେ ପ୍ରଚୁର ପରିମାଣର ପାନୀୟ ଜଳ ଓ ଓଆର୍ଏସ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କ୍ୟାମ୍ପସରେ ଥିବା ସମସ୍ତ ନଳକୂପ ଓ ପାଣି ପାଇପ୍ଗୁଡିକୁ ସଜାଡିବାକୁ ପରାମର୍ଶ ଦିଆଯାଇଛି।
କଲେଜ ଏବଂ ପରୀକ୍ଷା କେନ୍ଦ୍ରଗୁଡିକରେ ପ୍ରାଥମିକ ଚିକିତ୍ସା ସାମଗ୍ରୀ ରଖିବା ପାଇଁ କୁହାଯାଇଛି। ଏପରିକି ଗ୍ରୀଷ୍ମ ପ୍ରବାହଜନିତ ସ୍ଥିତିର ମୁକାବିଲା ସହ ଏସ୍ଓପି ପାଳନର ତଦାରଖ ପାଇଁ ସ୍କ୍ବାଡ୍ ଗଠନ କରାଯିବ ବୋଲି ସୂଚନା ଦିଆଯାଇଛି।












Click it and Unblock the Notifications