ମୌସୁମୀ ଋତୁରେ ଗ୍ରୀଷ୍ମର ରାଜ; କଲବଲ କରୁଛି ରାତିର ତାତି
ମୌସୁମୀ ଋତୁରେ ଗ୍ରୀଷ୍ମର ରାଜ। ଜଳୁଛି ଦିନ। କଲବଲ କରୁଛି ରାତିର ତାତି । ୧୭ ତାରିଖରୁ ରାଜ୍ୟରେ ବର୍ଷା ବୋଲି ପାଣିପାଗ ବିଭାଗ ଆକଳନ କରିଛି । ବର୍ଷା ହେଲେ ମଧ୍ୟ ଜୁନ୍ ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗରମ ସ୍ଥିତି ରହିବା ସମ୍ଭାବନା ରହିଛି ।

ଜୁନ୍ ମାସରେ ଦୁଇ ରୁ ତିନିଟି ଲଘୁଚାପ ସୃଷ୍ଟି ହେବା କଥା । କିନ୍ତୁ ବର୍ତ୍ତମାନ ସୁଦ୍ଧା ଗୋଟିଏ ହେଲେ ବି ଲଘୁଚାପ ସୃଷ୍ଟି ହୋଇ ନାହିଁ । ଆସନ୍ତା ୨୫ ତାରିଖ ମଧ୍ୟରେ ବି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ନାହିଁ। ସେପଟେ ଆସନ୍ତା ୧୭ ତାରିଖରୁ ରାଜ୍ୟରେ ବଡ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଶେଷ କରି ଉତ୍ତର ଉପକୂଳ ସହ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବ ।
୧୯ ତାରିଖରେ ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡା, କୋରାପୁଟ ଏବଂ ମାଲକାନଗିରିରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଳବୈଶାଖୀ ବର୍ଷା ହେଲେ ବି ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର ଏବଂ ନୂଆପଡାରେ ଗ୍ରୀଷ୍ମପ୍ରବାହ ନେଇ ୟେଲୋ ଆଲର୍ଟ ଜାରି ହୋଇଛି ।












Click it and Unblock the Notifications