ରାଜ୍ୟରେ ବର୍ଷା ବିତ୍ପାତ, ପାରାଦୀପରେ ସର୍ବାଧିକ ବର୍ଷା ରେକର୍ଡ
ପାରାଦୀପ:ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ମୌସୁମୀ ସକ୍ରିୟ । ସାରା ରାଜ୍ୟରେ ଝିପ ଝିପ ବର୍ଷା ଲାଗି ରହିଥିବା ବେଳେ କେଉଁ କେଉଁ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି । ଲଗାଣ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମିବା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

ସକାଳ ୮ଟା ୩୦ ସୁଦ୍ଧା ପାରାଦୀପରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ପାଣିପାଗ ବିଭାଗ ରିପୋର୍ଟ ଅନୁସାରେ, ସକାଳ ୮ଟା ୩୦ ସୁଦ୍ଧା ପୁରୀରେ ୮୮.୬, ଢେଙ୍ଗାନାଳକେ ୭୦, ନୟାଗଡ଼ରେ ୪୩.୧, କଟକରେ ୪୧.୮ ମିଲିମିଟ, କଟକରେ ୪୧.୮ ମିମି ବର୍ଷା, ଭୁବନେଶ୍ୱରରେ ୧୪.୭ ମିଲିମିଟର ଏବଂ ପାରାଦ୍ୱୀପରେ ସର୍ବାଧିକ ୧୦୫ ମିମି ବର୍ଷା ରେକର୍ଡ କରାଯାଇଛି ।
Intense spells of rain over #Bhubaneswar city area pic.twitter.com/CU4YEfmlDB
— Meteorological Centre, Bhubaneswar (@mcbbsr) July 15, 2023
ଆଗାମୀ ୨ ରୁ ୩ ଘଣ୍ଟା ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବ । ଘଣ୍ଟାପ୍ରତି ୧ ରୁ ୨ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଛି । ରାଜଧାନୀ ଭୁବନେଶ୍ୱରର ଅଧିକାଶଂ ଅଞ୍ଚଳରେ ପାଣି ଜମିବା ଆରମ୍ଭ ହୋଇଯାଇଛି । ତେବେ ଆବଶ୍ୟକ ନଥିଲେ ଘରୁ ନ ବାହାରିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।












Click it and Unblock the Notifications