ଶୀତରେ ଥରୁଛି ସାରା ରାଜ୍ୟ; ୮ ଡିଗ୍ରୀ ସହ ଫୁଲବାଣୀ ସବୁଠୁ ଥଣ୍ଡା ସହର
ପ୍ରବଳ ଥଣ୍ଡାରେ ଥରୁଛି ସାରା ଓଡ଼ିଶା । ସାରା ରାଜ୍ୟରେ ଶୀତର ପ୍ରକୋପ ଅନୁଭୂତ ହୋଇଛି । ରାଜ୍ୟର ଅଧିକାଂଶ ଅଞ୍ଚଳରେ କୁହୁଡ଼ି ଅନୁଭୂତ ହେଉଥିବା ବେଳେ ସନ୍ଧ୍ୟା ବେଳେ ଭୀଷଣ ଜାଡ଼ ମାଡ଼ି ଆସୁଛି ।
ଶୀତରେ ଥରୁଛି ସାରା ରାଜ୍ୟ । ୮ ଡିଗ୍ରୀ ସହ ଫୁଲବାଣୀ ସବୁଠୁ ଥଣ୍ଡା ସହର । ସେହିପରି କୋରାପୁଟ, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଏବଂ ମୟୂରଭଂଜ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ରହିଛି ।

କନ୍ଧମାଳ ଫୁଲବାଣୀ ଓ ଜି. ଉଦୟଗିରିରେ ତାପମାତ୍ରା ୮ ଡିଗ୍ରୀକୁ ଖସିଛି । ଆଗକୁ ମଧ୍ୟ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ଖସିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ତେବେ ଆଗାମୀ ୪ରୁ ୫ ଦିନ ଯାଏଁ ଏଭଳି ପାଗ ଲାଗି ରହିବ । କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।
ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲସିୟସ୍ ଥିବାବେଳେ କିରେଇରେ ୮.୨ ଡିଗ୍ରୀ, ଜି.ଉଦୟଗିରି ୮. ୬ ଡିଗ୍ରୀ, ରାଉରକେଲା ୮.୮ ଡିଗ୍ରୀ, ଅନୁଗୁଳ ୯ ଡିଗ୍ରୀ, ରାଣୀତାଲ ୯.୪ ଡିଗ୍ରୀ, ଦାରିଙ୍ଗବାଡି ୯.୫ ଡିଗ୍ରୀ, ସୁନ୍ଦରଗଡ଼ ୯.୫ ଡିଗ୍ରୀ, କେନ୍ଦୁଝର ୯.୬ ଡିଗ୍ରୀ, କୋରାପୁଟ ୯.୬ ଡିଗ୍ରୀ, ଝାରସୁଗୁଡ଼ା ୯.୮ ଡିଗ୍ରୀ, ସୋନପୁର ୧୦.୯, ଭବାନୀପାଟଣା ୧୧, ବାରିପଦା ୧୧, ବଲାଙ୍ଗିର ୧୨, ବୌଦ୍ଧ ୧୨.୫, ଢେଙ୍କାନାଳ ୧୨.୨, ନବରଙ୍ଗପୁର ୧୨.୫, କେନ୍ଦ୍ରାପଡ଼ା ୧୨.୪, ତାଳଚେର ୧୨.୪, ଭଦ୍ରକ ୧୨.୭, ଭୁବନେଶ୍ୱର ୧୩.୫ ଓ କଟକ ୧୩.୪ ଡିଗ୍ରୀ ଥିଲା ।












Click it and Unblock the Notifications