Odisha Weather: ଲଘୁଚାପ ପ୍ରଭାବରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ରେଡ୍ ଆଲର୍ଟ
ପାଣିପାଗ ଖବର: ରାଜ୍ୟରେ ଜାରି ରହିଛି ବର୍ଷା। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ତେବେ ଏହାର ପ୍ରଭାବରେ ରାଜ୍ୟରେ ୩୧ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ପଶ୍ଚିମ -ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଦେଇ ସ୍ଥଳଭାଗ ମୁହାଁ ହେବ। ପ୍ରଭାବରେ ୩୧ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ।

କୋରାପୁଟ୍, ମାଲକାନଗିରି, ଓ ଗଜପତି ଜିଲ୍ଲାକୁ ରେଟ୍ ଆଲର୍ଟ ଜାରି କରାଯାଇଛି। ଆଜି କୋରାପୁଟ୍ ର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ବର୍ତ୍ତମାନ ଏହି ଲଘୁଚାପ ଉତ୍ତର-ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି ।
ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ମାଲକାନଗିରି, କୋରାପୁଟ୍ ଓ ଗଜପତି ଜିଲ୍ଲାକୁ ସତର୍କ କରାଯାଇଛି। ଏହି-ସବୁ ଜିଲ୍ଲାରେ ୭ ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ସମୟରେ ଘରୁ ନ ବାହାରିବାକୁ ଏସଆରସି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଲୋକମାନଙ୍କୁ ପକ୍କା ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ଆବଶ୍ୟକ ସ୍ଥଳେ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାକୁ ଏହିସବୁ ଜିଲ୍ଲାପାଳଙ୍କୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି, ନବରଙ୍ଗପୁର, ରାୟଗଡା, ଗଂଜାମକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହିସବୁ ଜିଲ୍ଲାରେ ୭୦ରୁ ୨୦୦ ମିଲି ମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଏବଂ ଗଂଜାମ, ଗଜପତି, କଳାହାଣ୍ତି, କନ୍ଧମାଳ, କେନ୍ଦ୍ରାପଡା,କଟକ, ଜଗତସିଂହପୁର, ନୂଆପଡା, ନୟାଗଡ , ଖୋର୍ଦ୍ଧା ଏବଂ ପୁରୀକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ବର୍ଷା ସମୟରେ ୩୫ରୁ ୪୫ କିମି ବେଗରେ ପବନ ବହିବ। ପ୍ରଭାବରେ ସମୁଦ୍ର ଆଶାନ୍ତ ରହିବ। ଏନେଇ ଆଜି ଓ ଆସନ୍ତାକାଲି ମତ୍ସଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି। ।












Click it and Unblock the Notifications